​​​​​​​ଭୁବନେଶ୍ବର,୧୮।୯ : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ମର୍ସିଡିଜ କାର୍।ପଟିଆ ରଘୁନାଥପୁର ରାସ୍ତାରେ ଘଟିଛି ଦୁର୍ଘଟଣା। ରାସ୍ତା ପାର୍ହେଉଥିବା ଏକ ବାଇକକୁ ବଞ୍ଚାଇବାକୁ ଯାଇ ଡିଭାଇଡରରେ ଓଲଟି ପଡିଲା କାର୍। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର୍ଚାଳକ। ଆହତ କାର୍ ଚାଳକଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଇନଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଉଭୟ ପାର୍ଶ୍ବରେ ଅଟକି ରହିଥିବା ଗାଡିକୁ ଯାତାୟତ ପାଇଁ ବ୍ୟବସ୍ଥା କରୁଛି ପୋଲିସ।