ମାଲକାନଗିରି,୫/୧୧ : ନାବାଳିକାକୁ ମଦ ପିଆଇ ଦୁଷ୍କର୍ମ କରାଯାଇଥିବା ଜଣେ ଯୁବକଙ୍କ ନାମରେ ମାଲକାନଗିରି ଥାନାରେ ଅଭିଯୋଗ ହୋଇଥିଲା। ଥାନାରେ ଜଣେ ଯୁବକକୁ ଅଟକ ରଖି ପୁଲିସର ତଦନ୍ତ ଆରମ୍ଭ ହୋଇଥିଲା। ପୀଡ଼ିତାକୁ ଡାକ୍ତରୀମାଇନା କରାଯାଇ ସ୍ୱାଧରଗୃହରେ ରଖାଯାଇଛି ।
ଆଜି ଅପରାହ୍ନରେ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ମାଲକାନଗିରିରେ ପହଁଚି ଅଭିଯୋଗ ହୋଇଥିବା ପଦ୍ମଗିରି ପଞ୍ଚାୟତସ୍ଥ ଛତିଶଗଡ଼ ସୀମାନ୍ତ ଜଙ୍ଗଲକୁ ଯାଇ ଜୋରଦାର ତଦନ୍ତ ଆରମ୍ଭ କରିଛନ୍ତି । ଖୁବଶୀଘ୍ର ଏହି ଘଟଣାର ପର୍ଦ୍ଦା ଫାସ ହେବ ବୋଲି ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନକିଣ୍ଡୋ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଥାନାସ୍ଥ ୧୬ବର୍ଷର ଜଣେ ନାବାଳିକା ଝିଅକୁ ଗତ ସୋମବାର ଏକ ମୋଟର ସାଇକେଲରେ ଦେବୁ ନାମକ ଜଣେ ଯୁବକ ବୁଲି ଯିବା ବାହାନାରେ ଛତିଶଗଡ଼ ସୀମାନ୍ତ ଏକ ନିଛାଟିଆ ଜଙ୍ଗଲ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ମାଲକାନଗିରି ଥାନାରେ ପୀଡ଼ିତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରିଥିଲେ।