ପୁରୀ, ୨୧/୧୦ : ଟ୍ରେନ୍ ଧକ୍କାରେ ନାବାଳକ ମୃତ । ମଙ୍ଗଳବାର ସନ୍ଧ୍ୟାରେ ପୁରୀ ସଦର ଚନ୍ଦନପୁର ଥାନା ନିକଟ ଯାନକାଦେଇପୁର ଷ୍ଟେଶନ ରେଳ ଫାଟକଠାରେ ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳକ ଜଣଙ୍କ ପୁରୀ ମଙ୍ଗଳାଘାଟ ଅଞ୍ଚଳର ବିଶ୍ଵଜିତ୍ ସାହୁ (୧୫) ।
ସୂଚନା ଅନୁସାରେ, ସେ ସାକ୍ଷୀଗୋପାଳ ବୀରଗୋବିନ୍ଦପୁରକୁ ଦକ୍ଷୀଣକାଳୀଙ୍କ ଦର୍ଶନ କରିବାକୁ ଯାଇଥିଲେ। ସେଠାରୁ ବୀରପ୍ରତାପପୁର କାମରୂପାଙ୍କ ଦର୍ଶନ କରି ଯାନକାଦେଇପୁର ଷ୍ଟେଶନ ନିକଟରେ ପହଞ୍ଚିଥିଲେ । ଏଠାରେ କୌଣସି କାରଣବଶତଃ ଟ୍ରେନ୍ ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଚିକିତ୍ସାବେଳେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାପାଇ ଜିଆରପି ଥାନା ପୁଲିସ ଏଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୁଅକୁ ହରାଇ ତାଙ୍କ ମା’ ଓ ପରିବାର ଲୋକଙ୍କ କାନ୍ଧରେ ହସ୍ପିଟାଲ ପରିସର ଫାଟି ପଡ଼ିଥିଲା।