ନୂଆଦିଲ୍ଲୀ ୨୩/୦୯: ଗତ ୧୫ ତାରିଖରେ ବିଶ୍ୱସ୍ତରରେ ମୁକ୍ତିଲାଭ କରିଛି ତେଲୁଗୁ ଫିଲ୍ମ ମିରାଈ। ତାମିଲ, ହିନ୍ଦୀ, ମାଲାୟାଲମ୍‌, କନ୍ନଡ଼, ମରାଠୀ ଓ ବଙ୍ଗଳା ଭାଷାରେ ମୁକ୍ତିଲାଭ କରି ଏହା ଦର୍ଶକୀୟ ଆଦୃତି ପାଇଛି । ଏହି ଫାଣ୍ଟାସି ଆକ୍ସନ୍‌-ଆଡ୍‌ଭେନ୍‌ଚର ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଛନ୍ତି ତେଜା ସଜ୍ଜା । ତାଙ୍କ ପ୍ରେମିକା ଭୂମିକାରେ ସ୍କ୍ରିନ୍‌ ଶେୟାର କରିଛନ୍ତି ଚାର୍ମିଂ ଗର୍ଲ ରିତିକା ନାୟକ । ତେବେ, ଦିଲ୍ଲୀରେ ଜନ୍ମିତ ଓ ବଢ଼ିଥିବା ରିତିକା ଜଣେ ଓଡ଼ିଆ ଝିଅ । ୨୦୧୯ରେ କଲେଜ ଅଧ୍ୟୟନ ସମୟରେ ସେ ମନୋରଞ୍ଜନ ଜଗତରେ ଏଣ୍ଟ୍ରି କରିଥିଲେ । ଜଣେ ମଡେଲ ଭାବେ କ୍ୟାରିଅର୍‌ ଆରମ୍ଭ କରି ଅନେକ ଉଲ୍ଲେଖଯୋଗ୍ୟ ଟାଇଟଲ ହାସଲ କରିଥିଲେ । ତନ୍ମଧ୍ୟରେ ଦିଲ୍ଲୀ ଟାଇମ୍ସ ଫ୍ରେଶ୍‌ ଫେସ୍‌ ସିଜନ୍‌-୧୨ ଓ ମିସ୍‌ ଡିଭା-୨୦୨୦ ଅନ୍ୟତମ ।

୨୦୨୨ରେ ମୁକ୍ତିପ୍ରାପ୍ତ ରୋମାଣ୍ଟିକ୍‌ କମେଡି ଫିଲ୍ମ ଅଶୋକା ବନମ୍‌ଲୋ ଅର୍ଜୁନ କଲ୍ୟାଣମ୍‌ଜରିଆରେ ରିତିକା ସିନେ ଦୁନିଆରେ ଏଣ୍ଟ୍ରି କରିଥିଲେ । ଫିଲ୍ମରେ ବସୁଧା ଭୂମିକା ଜରିଆରେ ସେ ରାତାରାତି ଲୋକପ୍ରିୟ ହୋଇଥିଲେ । ଏହି ଭୂମିକା ପାଇଁ ତାଙ୍କୁ ଦକ୍ଷିଣ ଭାରତର ସବୁଠୁ ସମ୍ମାନାସ୍ପଦ ଆୱାର୍ଡ ଶୋଏସ୍‌ଆଇଆଇଏମ୍‌ଏରେ ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ସମ୍ମାନ ପାଇଁ ନୋମିନେଟ୍‌ କରାଯାଇଥିଲା । ୨୦୨୩ରେ ମୁକ୍ତିପ୍ରାପ୍ତ ହିଟ୍‌ ଫିଲ୍ମ ହାଇ ନାନାରେ ରିତିକାଙ୍କ ଝଲକ୍‌ ମଧ୍ୟ ରହିଥିଲା । ମିରାଈହିଟ୍‌ ହେବା ପରେ ରିତିକାଙ୍କୁ ନେଇ ଏବେ ଭାରତୀୟ ସିନେ ଇଣ୍ଡଷ୍ଟ୍ରିରେ ଖୁବ୍‌ ଚର୍ଚ୍ଚା । ତାଙ୍କ ଲୁକ୍‌ ଓ ଅଭିନୟକୁ ଉଭୟ ଦର୍ଶକ ଓ ସମୀକ୍ଷକମାନେ ଖୁବ୍‌ ପ୍ରଶଂସା କରୁଛନ୍ତି । ନିକଟରେ ଫିଲ୍ମର ପ୍ରମୋଶନ୍‌ ପାଇଁ ଷ୍ଟାର୍‌-କାଷ୍ଟ୍‌ଙ୍କ ସହ ସେ ଦ ଗ୍ରେଟ୍‌ ଇଣ୍ଡିଆନ୍‌ କପିଲ ଶୋକୁ ଆସିଥିଲେ । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ତେଲୁଗୁ-ତାମିଲ ଫିଲ୍ମ ଡୁଏଟ୍‌ଏବଂ ତେଲୁଗୁ ଫିଲ୍ମ ଭିଟି-୧୫