ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

BJP ସଭାପତି ରାମନାରାୟଣ ମହାନ୍ତିଙ୍କୁ ଦୁୁର୍ବ୍ୟବହାର ଅଭିଯୋଗ

Published By : Ankita S | March 17, 2025 2:39 PM

ଭୁବନେଶ୍ବର,୧୭/୦୩: କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତିଙ୍କୁ ଦୁୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ରବିବାର ଏକ ସମ୍ବର୍ଦ୍ଧନା ସମାରୋହରେ ଯୋଗ ଦେଇ ଫେରୁଥିଲେ ରାମନାରାୟଣ ମହାନ୍ତି । ଛଅଗାଁ ଛକଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରୁଥିଲେ । ଉକ୍ତ ସମୟରେ କିଛି ଯୁବକ ତାଙ୍କୁ ଦୁୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ଆଠଗଡ ନିର୍ବାଚନ ମଣ୍ଡଳୀର ଶଙ୍କରପୁର ମଣ୍ଡଳରେ ସମ୍ବର୍ଦ୍ଧନା କାର୍ଯ୍ୟରେ ଯୋଗ ଦେଇ ଫେରୁଥିଲେ । ଛଅଗାଁ ଛକଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ୫ ରୁ ୧୦ ଜଣ ଯୁବକ ଯୁକ୍ତିତର୍କ କରିଥିଲେ । ବିଜେପି କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତିଙ୍କୁ ର୍ଦୁବ୍ୟବହାର କରିଥିଲେ । ଉକ୍ତ ସମୟର ଭିଡ଼ିଓ ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା ।

ଘଟଣାକୁ ନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, '' ଭାରତୀୟ ଜନତା ପାର୍ଟି ପ୍ରତି ସାଧାରଣ ଜନତାଙ୍କର ଶ୍ରଦ୍ଧା, ଭଲ ପାଇବା, ବିଶ୍ବାସ ବଢିଛି । ଶଙ୍କରପୁର ମଣ୍ଡଳରେ ଆମ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ସାଧାରଣ ଲୋକ ତାଙ୍କ ସମସ୍ୟା କଥା କହିଥିଲେ । ସେଠାରୁ ଫେରିବା ବେଳେ କିଛି ଯୁବକ ଦୁୁର୍ବ୍ୟବହାର କରିଥିଲେ । ମୋତେ ଲାଗୁଛି  ସେମାନେ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତାକୁ ସହି ପାରୁନାହାନ୍ତି । ବିଜେପି ସାଧାରଣ ଲୋକମାନଙ୍କୁ ନେଇ ଏକ ସଂଗଠନ । ଲୋକଙ୍କ ପାଖରେ ବିକାଶର ଯୋଜନା ପହଞ୍ଚାଇବାକୁ ଆମର ପ୍ରାୟସ ଜାରି ରହିବ । ବିଜେପି ଏକ ଶୃଙ୍ଖଳିତ ଦଳ । ଯେଉଁମାନେ ଏପରି ବିଶୃଙ୍ଖଳିତ ଆଚରଣ କରୁଛନ୍ତି, ସେମାନେ ଦଳକୁ ଭଲ ଭାବେ ବୁଝି ନାହାନ୍ତି ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.