ମୁମ୍ବାଇ,୨୫/୦୯: ଅକ୍ଟୋବର ପ୍ରଥମ ସପ୍ତାହରୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ । ଦୁଇଟି ମ୍ୟାଚ୍ ଖେଳିବେ ଉଭୟ ଟିମ୍ । ଏହା ପୂର୍ବ ୧୫ ଜଣିଆ ସ୍କ୍ବାଡ୍ ଘୋଷଣା କଲା ବିସିସିଆଇ । ଶୁବମନ ଗିଲଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ କାରବିୟାନଙ୍କ ବିରୁଦ୍ଧରେ ଲଢ଼େଇ କରିବ । ରିଷବ ପନ୍ତଙ୍କ ଅନୁପସ୍ଥିତରେ ଉପ-ଅଧିନାୟକ ଦାୟିତ୍ବ ସମ୍ଭାଳିବେ ରବୀନ୍ଦ୍ର ଜାଡେଜା । ସେହିପରି ଓ୍ବିକେଟ୍ କିପର ତାଲିକାରେ ଧ୍ରୁବ ଜୁରେଲଙ୍କ ସହ ଏନ୍ ଜଗଦିଶାନଙ୍କୁ ସ୍ଥାନ ମିଳିଛି । ଇଂଲଣ୍ଡ ବିପକ୍ଷରେ ସ୍ଥାନ ପାଇଥିବା କରୁଣ ନାୟକ ଓ୍ବେଷ୍ଟ ଇଣ୍ଡିଜ୍ ବିରୋଧରେ ବାଦ୍ ପଡ଼ିଛନ୍ତି । ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ସୁଯୋଗ ମିଳିଛି । ତେବେ ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ବାଡରେ ଦେବଦତ୍ତ ପାଡିକଲ୍ ଏବଂ ଓ୍ବିକେଟ୍ କିପର ଏନ୍ ଜଗଦିଶାନ ନୂଆ ମୁହଁ ରହିଛନ୍ତି ।
ଶୁଭମାନ ଗିଲ (ଅଧିନାୟକ), ରବୀନ୍ଦ୍ର ଜାଡେଜା (ଉପ-ଅଧିନାୟକ), ଯଶସ୍ୱୀ ଜୈସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକଲ, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡି, ମହମ୍ମଦ ସିରାଜ, ପ୍ରତିଦ୍ଧ୍ କ୍ରୀଷ୍ଣା, କୁଲଦୀପ ଯାଦବ ଏବଂ ଏନ. ଜଗାଦିଶନ ।
ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଅକ୍ଟୋବର ୨ରୁ ୬ ତାରିଖ ଯାଏ ଚାଲିବ ଏବଂ ଦ୍ବିତୀୟ ମ୍ୟାଚ୍ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଖେଳଯିବ ।