ଭୁବନେଶ୍ୱର, ୩୧/୧୦ : ଭୁବନେଶ୍ୱରର ଏକ ତାରକା ହୋଟେଲରେ ଶୁକ୍ରବାର ନୀତି ନିର୍ଦ୍ଧାରକ, ବିଶିଷ୍ଟ ବ୍ୟକ୍ତି ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଏକତ୍ରିତ କରି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉପରେ ଜାତୀୟ ସମ୍ମିଳନୀ ୨୦୨୫ଉଦଘାଟିତ ହୋଇଛି l "ବୟନ ପରମ୍ପରା, ହସ୍ତଶିଳ୍ପ ଭବିଷ୍ୟତ" ଶୀର୍ଷକ ଏହି ଉଦଘାଟନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେଇଥିଲେ l ସେ ଏହି ଦୁଇ ଦିନିଆ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

ଏହି ଅବସରରେ ଭାରତ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରଣାଳୟର ବିକାଶ କମିଶନର (ହସ୍ତତନ୍ତ), ଭାରତ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରଣାଳୟର ବିକାଶ କମିଶନର (ହସ୍ତତନ୍ତ), ଅମ୍ରିତ ରାଜ, ଏବଂ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ କମିଶନର-ସହ-ସଚିବ ଗୁହା ପୁନମ ତାପସ କୁମାର, IAS ମଧ୍ୟ ଉପସ୍ଥିତ ଥିଲେ l ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଛି ଏହି ସମ୍ମିଳନୀ l ଏଥିରେ ଭାରତର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରକୁ ସୁଦୃଢ଼ ​​ଏବଂ ପୁନଃରୁଦ୍ଧାର କରିବାକୁ ନୂତନ ଯୋଜନା ଏବଂ ନୀତି ପ୍ରଣୟନ ଉପରେ ବିଶେଷ ଆଲୋଚନା ହେବ l