ବଲାଙ୍ଗୀର, ୦୧/୧୧ : ଫିଟନେସ୍ ଓ କ୍ରୀଡ଼ା ପ୍ରେମୀଙ୍କ ପାଇଁ ଖୁସି ଖବର। ୨୦୨୬ ଫେବୃଆରୀ ୧ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଜାତୀୟ ସ୍ତରୀୟ ହାପ୍ ମାରାଥନ ଆୟୋଜନ ହେବ। ବଳାଙ୍ଗୀର ମାରାଥନ ଆସୋସିଏସନ୍ ପକ୍ଷରୁ ଏନେଇ ଘୋଷଣା ହୋଇଛି। ଏହି କାର୍ଯ୍ୟକ୍ରମରେ ୨୧ କି.ମି. ହାପ୍ ମାରାଥନ, ୧୦ କି.ମି. ଦୌଡ଼ ଏବଂ ୫ କି.ମି. ଦୌଡ଼ ସହିତ ଅନେକ ବର୍ଗ ରହିବ। ପ୍ରତି ବର୍ଗର ବିଜେତାଙ୍କୁ ପୁରସ୍କାର ଓ ମେଡାଲ ମିଳିବ। ଏଥିପାଇଁ ଖୁବଶୀଘ୍ର ପଞ୍ଜକରଣ ଆରମ୍ଭ ହେବ। ଏହି ମାରାଥନ୍‌ରେ ସାରା ଦେଶରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିବା ବୋଲି ଆଶା କରାଯାଉଛି। 

ବଲାଙ୍ଗୀର ମାରାଥନ ଆସୋସିଏସନ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ କ୍ରୀଡ଼ା, ଫିଟନେସ୍ ଏବଂ ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ। ବଲାଙ୍ଗୀର ମାରାଥନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ, ଆସୋସିଏସନ ଲୋକଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ସାମୁଦାୟିକ ଭାବନାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରେ। ଏହି ଆୟୋଜନ ମାଧ୍ୟମରେ ବଳାଙ୍ଗୀରର ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତିକ ଓ ଐତିହ୍ୟକୁ ପ୍ରଦର୍ଶନ କରାଯିବ।

​​​​​​​

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ପଦାଧିକାରୀ ଓ ଅତିଥିମାନେ ଉପସ୍ଥିତ ଥିଲେ। ସହକାରୀ କଲେକ୍ଟର ରାମ ନାରାୟଣ ମିଶ୍ର, SDPO ସରୋଜ ଉପାଧ୍ୟାୟ, ଟ୍ରେଜେରି ଅଫିସର ଭୀମସେନ ବାଗ, ଜିଲ୍ଲା ଫୁଟବଲ କୋଚ୍ ପରାଶର ବାଗ, ଲୋଅର ସୁକତେଲ ଡାମ ଅକାଉଣ୍ଟସ୍ ଅଫିସର ଜଗତପାଳ ସେଠ, ଏବଂ ICICI ବ୍ୟାଙ୍କ ବଲାଙ୍ଗୀର ଶାଖା ପ୍ରବନ୍ଧକ ରଞ୍ଜିତ ମିଶ୍ର ଉପସ୍ଥିତ ଥିଲେ। ଏତଦ୍ ବ୍ୟତୀତ ବଲାଙ୍ଗୀର ମାରାଥନ୍ ଆସୋସିଏସନ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସମେତ ଶଶିକାନ୍ତ ରାଉତ, ରଞ୍ଜନ ନାଏକ, ସୁରଜ ପଟେଲ, ଲିଲୁ ପ୍ରଧାନ, ରବୀନ୍ଦ୍ର ସାହୁ, ସୋମନାଥ ତ୍ରିପାଠି, ଜିତେନ୍ଦ୍ର ରାଉତ, ମନୋଜ ପ୍ରଧାନ, ସୁଜିତ ସାଗର, ମୁଖିରାମ କମ୍ପା ପ୍ରମୁଖ ଉପସ୍ଥିତ ଥିଲେ।