ଅସ୍ତରଙ୍ଗ ୩।୯ (ଆପ୍ର):-ଶତ୍ରୁ ସଂହାର କରିବା ସହ ଆତଙ୍କବାଦୀଙ୍କୁ ପ୍ରବେଶ ନ କରାଇବା ପାଇଁ ନୌସେନା ଅଭିନବ ଉପାୟ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ "ସାଗର କବଚ " ବୁଧବାର ଆରମ୍ଭ ହୋଇଥିଲା। ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ପ୍ରତିବର୍ଷ ଦୁଇ ଥର ହେଉଥିବା ବେଳେ ବୁଧବାର ଠାରୁ ଦୁଇ ଦିନିଆ ସମରାଭ୍ୟାସ "ସାଗର କବଚ" ଆରମ୍ଭ ହୋଇଛି ।
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଭାରତ ଦୋହଲିଯିବା ପରେ ଉପକୂଳ ସୁରକ୍ଷାବ୍ୟବସ୍ଥା କୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଭଳି ଆୟୋଜିତ ହୋଇଛି ମିଳିତ ସମରାଭ୍ୟାସ "ସାଗର କବଚ "। ଉପକୂଳ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ନୂଆଗଡ, କାଳିଆକଣ, ସହନ ସୁଦିକେଶର, ଗୁଣ୍ଡଳବା ସମେତ ନୌସେନା ଓ ପୋଲିସ ର ରଣକୌଶଳ ପଦର୍ଶନ କରିଛନ୍ତି। ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ୟରେ ବୁଧବାର ଠାରୁ ଆରମ୍ଭ ହୋଇ ଗୁରୁବାର ଏହା ସମାପ୍ତି ହେବ।। ଏହି ସମରାଭ୍ୟାସ ରେ ଭାରତୀୟ ତଟରଖି ବାହିନୀ, ମେରାଇନି ପୋଲିସ, ମତ୍ସ୍ୟ ବିଭାଗ, ଅସ୍ତରଙ୍ଗ ପୋଲିସ ସହ ବିଭିନ୍ନ ଥାନା ପୋଲିସ ଏଥିରେ ସାମିଲ ହୋଇଛନ୍ତି।
ବ୍ଲୁ ଓ ରେଡ ୨ଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିବ। ଉପକୂଳକୁ ବ୍ଲୁ ବାହିନୀ ଜଗିଥିବା ବେଳେ ରେଡ ବାହିନୀ ଶତ୍ରୁ ପକ୍ଷ ହୋଇ ଦୂରସମୁଦ୍ର କୁ ଯାତ୍ରା କରି ପୁଣି ଉପକୂଳ ମୁହାଁ ହୋଇ ଆକ୍ରମଣ କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ରହିବେ। ବାହ୍ୟ ଶତ୍ରୁ ଠାରୁ ଉପକୂଳ କୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ କରାଯାଇଥାଏ। କିଭଳି ଭାବେ ଜଳପଥ ଦେଇ ଉପକୂଳ କୁ ଶତ୍ରୁ ପଶିନଯିବେ ସେ ନେଇ ସମସ୍ତ ବିଭାଗ କୁ ସଚେତନ କରିବା ଏହି ସମରାଭ୍ୟାସ ର ମୂଳଲକ୍ଷ୍ୟ। ଏହି ସମରାଭ୍ୟାସ କାର୍ଯ୍ୟକ୍ରମ କୁ ପୁରୀ ଅତିରିକ୍ତ ଏସପି ସଚିନ ପଟେଲ ଅସ୍ତରଙ୍ଗ ଅଞ୍ଚଳର କାଳିଆକଣ, ନୂଆଗଡ, ସହନ ସମେତ ବିଭିନ୍ନ ସ୍ଥାନ ବୁଧବାର ପ୍ରତ୍ୟୁଷ ରୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହ ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ ଅସ୍ତରଙ୍ଗ ଅଞ୍ଚଳ ପରିଦର୍ଶନ କରିଥିବା ବେଳେ ଅସ୍ତରଙ୍ଗ ଥାନା ଅଧିକାରୀ ଦୁର୍ଗା ଚରଣ ମହାପାତ୍ର,ନୂଆଗଡ ସାମୁଦ୍ରିକ ଥାନାଧିକାରୀ ଅଚ୍ୟୁତାନନ୍ଦ ବେହେରା,ଟେକ୍ନିକାଲ ଷ୍ଟାଫ ମାଷ୍ଟର ପ୍ରକାଶ ଦାଶ, ନୂଆଗଡ ଥାନା ଏ ଏସ ଆଇ ଯୁଧିଷ୍ଠିର ସାହୁ ଙ୍କ ସମେତ ସୁମିତ ଡୁମୁଡୁମ୍, କାର୍ଜି ପାଙ୍ଗୁଆଁ, ସାଗର ମିତ୍ର ହାପି ମାଝୀ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।