ଭୁବନେଶ୍ୱର, ୫।୧୦ :  ଭାଇଚାରାର ସହର କଟକରେ ରବିବାର ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଏକ ଶାନ୍ତି ପ୍ରିୟ ରାଜ୍ୟ ଭାବରେ ଓଡିଶାର ସୁନାମ ରହିଛି। ଓଡିଶା ବାସୀ,କଟକ ବାସୀ ଶାନ୍ତି ଓ ସଦଭାବ ଚାହାଁନ୍ତି. ତେଣୁ କଟକସହର ରେ ଶାନ୍ତି ବଜାୟ ରଖିବା ପାଇଁ ନବୀନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି

ଦଶହରା ଭସାଣ ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗଣ୍ଡଗୋଳ ଘଟଣା ପ୍ରତିବାଦରେ ସୋମବାର ସହରରେ ବନ୍ଦ ଡାକରା ଦିଆଯାଇଛି । ଏହାକୁ ନେଇ ରବିବାର ବିଭିନ  ସଙ୍ଗଠନ ପକ୍ଷରୁ  କଟକରେ ଆୟୋଜିତ ରାଲି ବେଳେ ଉତ୍ତେଜନା  ଦେଖା ଦେଇଥିଲା। ରାଲି ପାଇଁ ପୋଲିସ ଅନୁମତି ନଥିଲା । ଅନୁମତି ନଥିବାରୁ ରାଲିକୁ ଦରଘା ବଜାର ନିକଟରେ ଅଟକାଇଥିଲା ପୋଲିସ । ଫଳରେ ଦରଘା ବଜାର ନିକଟରେ ହଜାର ହଜାର ଲୋକ ଅଟକି ରହିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା।