ଭୁବନେଶ୍ୱର,୨୬/୦୯: ନବରାତ୍ରି ଅବସରରେ ଖଣ୍ଡଗିରିସ୍ଥିତ ଶ୍ରୀସାଇ ରିସୋର୍ଟ ଝୁମିଉଠିବ । ଡିଜେ  ସାଉଣ୍ଡ ସହ ପାରମ୍ପାରିକ ବାଜା ତାଳେ ବଲିଉଡ୍‌ ଓ  ଗର୍ବା ଗୀତରେ ଯୁବପିଢିମାନେ ହାତରେ ଦାଣ୍ଡିଆ  ଧରି ନାଚିବେ । ଆସନ୍ତା ୨୭ ତାରିଖ ସନ୍ଧ୍ୟାରେ  ଉକ୍ତରିସୋର୍ଟରେ ‘ଧମାଲ ଦାଣ୍ଡିଆ ନାଇଟ୍‌–ନବରାତ୍ରି  ନୂର ୩.୦’ ଆୟୋଜିତ ହେବ ।

ଆୟୋଜକ ତଥା ଶ୍ୟାମରାଇ କ୍ରିଏସନ୍‌ସର ମୁଖ୍ୟ ସରିତା ସ୍ୱାଇଁ  କହିଛନ୍ତି, ବିଗତ ଦୁଇବର୍ଷ ଧରି ‘ଶ୍ୟାମରାଇ  କ୍ରିଏସନସ୍‌’ ଆୟୋଜନ କରୁଥିବା ଏହି ଉତ୍ସବକୁ  ଚଳିତବର୍ଷ ନୂଆ ଉତ୍ସାହ ଓ ଅଭିନବ ଥୀମ୍‌ରେ  ଧମାଲ୍‌ କରିବାକୁ ସଜବାଜ ହୋଇଛି । ଏବର୍ଷ ଅଂଶଗ୍ରହଣକାରୀଙ୍କୁ  ରିସୋର୍ଟରେ ଅଧିକ ମନୋରଞ୍ଜନ ମିଳିବ । ରଙ୍ଗିନ ପରିବେଶରେ  ସୁସ୍ୱାଦୁ ଖାଦ୍ୟ ସ୍‌ଟଲ୍‌ସ ଏକ ନିଆରା ଅନୁଭୂତି ଦେବ ।

ଚଳିତଥର  ନୂର ୩.୦ ପାଇଁ ‘ପ୍ରମେୟ, ନ୍ୟୁଜ୍‌ ୭’ ମିଡିଆ  ପାର୍ଟନର ଅଛି ।  ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ସଂସ୍ଥା ‘ଫାୟାରଷ୍ଟୋନ୍‌  ଡ୍ୟାନ୍‌ସ କାଷ୍ଟଲ୍‌’ର ନୃତ୍ୟଶିଳ୍ପୀ ମୁଖ୍ୟ ଆକର୍ଷଣ  ସାଜିବେ । ଛାତ୍ରଛାତ୍ରୀମାନେ ମଧ୍ୟ ଏହି ନବରାତ୍ରି  ନୂରରେ ଯୋଗ ଦେବେ । ସେମାନେ ଗର୍ବା ଗ୍ରୁପ୍‌  ଡ୍ୟାନ୍ସରେ ସମସ୍ତଙ୍କୁ ପରିଚାଳନା କରିବେ । ନାନା ନୃତ୍ୟ  ପ୍ରଦର୍ଶନ ସହିତ ଦର୍ଶକମାନଙ୍କ ମନୋରଞ୍ଜନ  କରିବେ । କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଦାଣ୍ଡିଆ  ଯୁଗଳ, ଶ୍ରେଷ୍ଠ ପୋଷାକ(ପୁରୁଷ, ମହିଳା  ଏବଂ ଶିଶୁ) ଓ ଶ୍ରେଷ୍ଠ ନୃତ୍ୟ ପ୍ରଦର୍ଶକ ପାଇଁ  ବିଶେଷ ପୁରସ୍କାର ରଖାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ପାସେସ୍‌  ବ୍ୟବସ୍ଥା ରହିଛି । ବୁକିଂ ଓ ସୂଚନା ପାଇଁ ୯୪୩୭୯୩୭୬୯୪  ଓ ୭୨୦୫୮୩୫୪୩୪ ନମ୍ବରରେ ଯୋଗାଯୋଗ କରିପାରିବେ ।