​​​​​​​ରାଉରକେଲା,୭।୯ : ଏନକାଉଣ୍ଟରରେ ଝାଡଖଣ୍ଡର ଟପ୍ ମାଓନେତା ଅମିତ ହାସଦା ମୃତ। ପଶ୍ଚିମ ସିଁଭୂମି ଗୋଏଲ ଜେରା ଥାନା  କୋଲାହନ ଜଙ୍ଗଲରେ  ଯବାନଙ୍କ ଗୁଳିରେ  ଅମିତ ହାସଦାଙ୍କ ମୃତ୍ୟୁ ଘଟିଛି। ଝାଡଖଣ୍ଡ ସରକାର ଅମିତ ହାସଦା ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର  ପୁରସ୍କାର ରାଶି ରଖିଥିଲେ ।

ପଶ୍ଚିମ ସିଁଭୂମି ଗୋଏଲ ଜେରା ଥାନା  କୋଲାହନ ଜଙ୍ଗଲରେ ଅମିତ ହାସଦା ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିବା ଯବାନମାନେ ଖବର ପାଇଥିଲେ।  ଜଙ୍ଗଲ ଭିତରେ ଯବାନ  ଆରମ୍ଭ କରିଥିଲେ କୁମ୍ବିଂ । ଏହି ସମୟରେ  ଯବାନଙ୍କ ଉପରକୁ ମାଓବାଦୀ ଗୁଳି ଚାଳନା କରିଥିଲେ।   ଯବାନଙ୍କ ପାଲଟା ଗୁଳିରେ ମାଓବାଦୀ ଛତ୍ର ଭଙ୍ଗ ଦେଇଥିଲେ । ଟପ୍ ମାଓନେତା ଏରିଆ କମାଣ୍ଡର ଅମିତ ହାସଦାଙ୍କ ମୃତ୍ୟୁ ଘଟିଥିଲା।