ପ୍ରମୂଖ ଖବର
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ବିଦ୍ୟାଳୟକୁ ଯିବାକୁ ନାହିଁ ରାସ୍ତା, ସ୍ଥାପନର ୮ ବର୍ଷ ପରେ ବି ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ

Published By : Harapriya Sethi | June 11, 2025 10:09 AM

କେସିଙ୍ଗା,୧୧/୦୬: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଢାଞ୍ଚାରେ ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଓଡିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଏଥିରେ ଷଷ୍ଠ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରାଯାଉଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଲଇତରା ପଞ୍ଚାୟତ ଅନ୍ତର୍ଗତ ମଶାଣିମୁଣ୍ଡା ଗାଁ ମୌଜାରେ ଗତ ୨୦୧୬ -୧୭ ମସିହାରୁ ଖୋଲାଯାଇଛି । ହେଲେ ବିଦ୍ୟାଳୟ ଖୋଲିବାର ଦୀର୍ଘ ୮ ବର୍ଷ ପରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଯିବା ଆସିବା କରିବା ପାଇଁ ଭଲ ରାସ୍ତାଟିଏ ନିର୍ମାଣ ହୋଇ ପାରିନାହିଁ । ମୁଖ୍ୟ ରାସ୍ତା ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୫ ଶହ ମିଟର ରାସ୍ତା କଚ୍ଚା ରାସ୍ତା ରହିଛି । ରାସ୍ତାର ଅବସ୍ଥା ଖରାପ ହୋଇଥିବା ବେଳେ ସାମାନ୍ୟ ବର୍ଷା ହେଲେ କାଦୁଅ ସରସର ହୋଇଯାଉଛି । ଯାହା ଫଳରେ ପିଲାମାନେ ବିଦ୍ୟାଳୟକୁ ଯିବା ଆସିବା କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଗଣମାଧ୍ୟମ ଜରିଆରେ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ବିଦ୍ୟାଳୟ ରାସ୍ତା ସମସ୍ୟାକୁ ନେଇ ଆଗାମୀ ଦିନରେ ଅଭିଭାବକଙ୍କ ତରଫରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।      

କହିରଖୁ କି, କେସିଙ୍ଗା ବ୍ଳକ ଅଞ୍ଚଳରୁ ପ୍ରତ୍ୟେକ ଦିନ ସାଇକେଲ ଯୋଗେ ଅଧିକାଂଶ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି । କେତେକ ଛାତ୍ରଛାତ୍ରୀଙ୍କୁ ଅଭିଭାବକମାନେ ନିଜର ମୋଟର ସାଇକେଲରେ ନେବା ଆଣିବା କରିଥାନ୍ତି । ବିଜେଡି ସରକାର ଅମଳରେ କେସିଙ୍ଗା ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ 5-T ଯୋଜନାରେ ସାମିଲ କରାଯାଇଥିଲା ଏବଂ ବିଦ୍ୟାଳୟ ରୂପାନ୍ତରୀକରଣ ନାମରେ ଲକ୍ଷାଧିକ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । ହେଲେ ବିଦ୍ୟାଳୟର ରାସ୍ତା ପ୍ରତି ଦୃଷ୍ଟି ଦିଆଯାଇନଥିଲା । କଳାହାଣ୍ଡି ଜିଲ୍ଲାପାଳଙ୍କ ସମେତ ଅନେକ ଉଚ୍ଚ ପଦସ୍ଥ ଅଧିକାରୀ କଚ୍ଚା ରାସ୍ତା ଦେଇ ବିଦ୍ୟାଳୟକୁ ଯିବା ଆସିବା କରିଥିଲେ ମଧ୍ୟ କାହାର ଦୃଷ୍ଟି ପଡୁ ନଥିବା ଦୁଃଖର ବିଷୟ ବୋଲି ଅଭିଭାବକମାନେ କହିଛନ୍ତି । ବର୍ତ୍ତମାନ ଖରା ଛୁଟି ସରିବାକୁ ବସିଲାଣି । ଆଉ କିଛି ଦିନ ପରେ ସ୍କୁଲ ଖୋଲିବା ସହିତ ବର୍ଷା ଋତୁ ମଧ୍ୟ ଆରମ୍ଭ ହୋଇଯିବ । ପୁଣି ସେହି ସମସ୍ୟା ହେବ ବୋଲି ଅଭିଭାବକ ମହଲରେ ଅଭିଯୋଗ ହେଉଛି । 

ତେବେ ଓଡିଶା ଆଦର୍ଶ ବିଦ୍ୟାଳୟ ରାସ୍ତାର ଶୋଚନୀୟ ଅବସ୍ଥାକୁ ଦେଖି କେସିଙ୍ଗା ବିଡିଓ ଜନ୍ମେଜୟ ସ୍ୱାଇଁ ତତ୍ପରତା ଦେଖାଇଛନ୍ତି । ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇ ଆସନ୍ତା ୧୫ ଦିନ ଭିତରେ ପକ୍କା ରାସ୍ତା ନିର୍ମାଣ କରାଯିବ ବୋଲି କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.