କଟକ,୨୭/୧୦: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ରବିବର ବାରବାଟୀ ଷ୍ଟାଡିୟମ ଓସିଏ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଙ୍କଜ ଲୋଚନ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଆର୍ଥିକ ରିପୋର୍ଟ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।
The Odisha Cricket Association (OCA) convened its Special General Meeting (SGM) today at the OCA Conference Hall, Barabati Stadium, Cuttack. The meeting was presided over by Shri Pankaj Lochan Mohanty (President, OCA) in the presence of OCA office bearers — Shri Jagamohan… pic.twitter.com/f5zEDOl9zl
— Odisha Cricket Association (@cricket_odisha) October 26, 2025
ଡିସେମ୍ୱର ୯ରେ ବାରବାଟୀରେ ହେବାକୁ ଥିବା ଭାରତ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ବାବଦରେ ଆଲୋଚନା ହୋଇଥିଲା । ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ଜଗମୋହନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ ।