ଭୁବନେଶ୍ୱର, ୨୫/୧୦: ରାଜ୍ୟରେ ୪୨୧୯ କନ୍‌ଷ୍ଟେବଲ ନିଯୁକ୍ତି ପାଇବେ। ଏ ପ୍ରସ୍ତାବକୁ ଅନୁମୋଦନ କରିଛି ଗୃହ ବିଭାଗ । ନିୟମାବଳୀ ଅନୁସାରେ ଏ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ଗୃହ ବିଭାଗ ସରକାରୀ ନିଷ୍ପତ୍ତି ସଂପର୍କରେ ଅବଗତ କରାଇଛି । ପୁଲିସ ବିଭାଗରେ କନ୍‌ଷ୍ଟେବଲ ପଦବି ଖାଲି ଥିବାରୁ ଆଇନ ଶୃଙ୍ଖଳାରେ ଏହା ବାଧକ ସାଜୁଛି । ଏହାକୁ ଦୃଷ୍ଟିରେ ରଖି ଖାଲି ପଡ଼ିଥିବା ୪୨୧୯ କନ୍‌ଷ୍ଟେବଲ ପଦବି ପୂରଣ କରିବାକୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଗୃହ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ତର୍ଜମା କରି କନ୍‌ଷ୍ଟେବଲ ପଦବି ପୂରଣ ପାଇଁ ଅନୁମୋଦନ କରିଛନ୍ତି । ନିଯୁକ୍ତି ନିୟମ ଓ ସର୍ତ୍ତାବଳୀ ଆଧାରରେ ସିଧାସଳଖ ନିଯୁକ୍ତି ପାଇଁ ସରକାର ପୁଲିସ ବିଭାଗକୁ ଅନୁମତି ଦେଇଛନ୍ତି ।