ତିଳେଶ୍ୱର, ୧୫/୯ : ଘର ସଫା କରୁଥିବା ବେଳେ ମୁଣ୍ଡ ଉପରେ ଛିଣ୍ଡି ପଡ଼ିଲା ବିଦ୍ୟୁତ୍ ତାର। ଚାଲିଗଲା ବୃଦ୍ଧାଙ୍କ ଜୀବନ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ କୁଇଲିସୁତା ଗାଁରେ ଏଭଳି ଘଟଣା ଘଟିଛି।
ସୂଚନାନୁଯାୟୀ, ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ କୁଇଲିସୁତା ଗ୍ରାମର କ୍ଷୀର ବେହେରା (୬୦ ବର୍ଷ) ସୋମବାର ସକାଳୁ ଘର ସଫା କରୁଥିଲେ। ଏହି ସମୟରେ ତାଙ୍କ ଉପରେ ହଠାତ୍ ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଫଳରେ ବୃଦ୍ଧାଙ୍କ ଗୋଟିଏ ପଟ ଆଣ୍ଠୁରେ କରେଣ୍ଟ ଲାଗି ପୋଡି ଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।