ଆନନ୍ଦପୁର,୦୯/୧୦: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନିକଟରେ ଅଭାବନୀୟ ଘଟଣା ଘଟିଛି । ଗାଧୋଇବା ବେଳେ ଆକ୍ରମଣ କଲେ ମହୁମାଛି । ମହୁମାଛି ଆକ୍ରମଣରେ ଝିଅ ଗୁରୁତର ଓ ମାଆ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ଘଷିପୁରା ଥାନା ସମ୍ମୁଖରେ ଥିବା ବସ୍ତିରେ ଲକ୍ଷ୍ମଣ ଦାସଙ୍କ ଝିଅ ଘର ନିକଟରେ ଗାଧୋଉଥିଲେ । ସେହି ସମୟରେ ତାଙ୍କୁ ଅତର୍କିତ ଭାବେ ମହୁମାଛି ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ହୋଇ ଚିତ୍କାର କରିବାରୁ ତାଙ୍କ ମାଆ ତାଙ୍କୁ ରକ୍ଷା କରିବାକୁ ଧାଇଁ ଆସିଥିଲେ। ତେବେ ମହୁମାଛି ତାଙ୍କୁ ମଧ୍ୟ ଆକ୍ରମଣ କରିବାରୁ ସେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଲକ୍ଷ୍ମଣଙ୍କ ଝିଅକୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସା ଜାରି ରହିଛି।