ସଇଁତଳା,୧୨/୦୬: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକରେ ବିକାଶ ବାହନ ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବିଡିଓ ପୁରୁଷୋତ୍ତମ ମିର୍ଦ୍ଧା, ବଲାଙ୍ଗୀର ସାଂସଦଙ୍କ ବ୍ଲକ ପ୍ରତିନିଧି ଗଦାଧର ବଗର୍ତି ବ୍ଲକ ଉପାଧ୍ୟାକ୍ଷ ଗୁଣସାଗର ମାଝୀ ପ୍ରମୁଖ ଉପସ୍ଥିତ ରହି ଶୁଭାରମ୍ଭ କରିଛନ୍ତି । ଏହି ବାହନ ବ୍ଲକର ୨୨ ଟି ପଞ୍ଚାୟତକୁ ବୁଲି ବୁଲି ସରକାରଙ୍କ ବିକାଶ ସମ୍ପର୍କରେ ସଚେତନ କରିବ ବୋଲି ବିଡିଓ କହିଥିଲେ । ଏହି ସମୟରେ ବ୍ଲକର ସମସ୍ତ କର୍ମଚାରି ଉପସ୍ଥିତ ଥିଲେ ।