ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ

Published By : Harapriya Sethi | April 28, 2025 8:59 AM

ଭୁବନେଶ୍ୱର, ୨୮/୦୪: ଆଠମଲ୍ଲିକ ଅବକାରୀ ବିଭାଗକୁ ମିଳିଲା ସଫଳତା । ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍‌ । ଗଞ୍ଜେଇ ଚାଲାଣକାରୀ ଦୁଇ ଜଣ ବୌଦ୍ଧ ଜିଲ୍ଲାର ସୁରଥ ଉର୍ମା ଓ ବିହାର ରାଜ୍ୟର ଭାକିଲ ବିଣ୍ଡ ବୋଲି ଜଣା ପଡିଛି । 

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଆଠମଲ୍ଲିକ ଦେଇ ଅନୁଗୁଳ ଭୁବନେଶ୍ୱର ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି । ତେବେ ସୋମବାର ଏକ ପିକଅପ୍‌ ଗାଡ଼ିରେ ପରିବା ସହ ୫୫ କେଜି ଗଞ୍ଜେଇ ତାଲାଣ ହେଉଥିଲା । ଏନେଇ ଖବର ପାଇ  ମହାନଦୀ ରାସ୍ତା ନିକଟରେ ଦୁଇ ଜଣ ଙ୍କୁ ଧରିଛି ଅବକାରୀ ଟିମ୍‌ । ତାଙ୍କ ପାଖରୁ ୫୫ କେଜି ୭୩୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.