ଭୁବନେଶ୍ୱର ୨୧/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଜୋର ଧରିଲାଣି କ୍ୟାମ୍ପେନ । ପ୍ରଚାର ମଇଦାନରେ ତିନି ପ୍ରମୁଖ ଦଳର ଯୋଦ୍ଧା । ରଣନୀତି ପ୍ରସ୍ତୁତ ହୋଇସାରିଛି, ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଆରମ୍ଭ ହେଲାଣି । ଏହା ଭିତରେ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀଙ୍କ ସହଯୋଗ ଲୋଡ଼ିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ। ନୂଆପଡ଼ା ପ୍ରାର୍ଥୀ ଘାସୀରାମ ମାଝୀଙ୍କ ବିଜୟ ପାଇଁ ସେ ଯୋଜନା ବଦ୍ଧ ଭାବେ ପ୍ରଚାର କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଚାର ଅଭିଯାନର ମଙ୍ଗ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସୁଜିତ କୁମାର ପାଢ଼ୀଙ୍କୁ ପ୍ରଦାନ କରାଯାଇଛି ।

ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ପ୍ରଚାର ଓ​‌ ଶୋଭାଯାତ୍ରରେ ଶ୍ରୀ ପାଢୀଙ୍କୁ ସହଯୋଗ କରିବା ପାଇଁ ଇଚ୍ଛୁକ ଥିବା ନେତା ଏବଂ କର୍ମୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ତାଙ୍କ ମୋବାଇଲ ୯୪୩୭୦୩୦୭୪୩ରେ ସୂଚୀତ କରିବାକୁ କୁହାଯାଇଛି ।

ଅନ୍ୟପକ୍ଷରେ ନିର୍ବାଚନ ପରିଚାଳନା ନିମନ୍ତେ ଆବଶ୍ୟକ ଅର୍ଥ ସଂଗ୍ରହ ପାଇଁ ମଧ୍ୟ କିଛି ବନ୍ଧୁଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ପିସିସି ସଭାପତି । ଏଥି ସହିତ ଯେଉଁ ବନ୍ଧୁମାନେ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପଙ୍କୁ ଏହି ମୋବାଇଲ (୯୪୩୭୧୭୦୧୦୨) ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।