ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

'ମନ୍‌ କି ବାତ୍‌'; ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାଠୁ ନେଇ ଜରୁରୀକାଳୀନ ସ୍ଥିତି ଯାଏ... ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ

Published By : Ankita S | June 29, 2025 12:54 PM

ନୂଆଦିଲ୍ଲୀ,୨୯/୦୬: ୧୨୩ତମ ମନ୍ କି ବାତ କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାଠୁ ନେଇ ଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତି ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଜରୁରୀକାଳୀନ ପରିସ୍ଥିତି ଥୋପିଥିବା ଲୋକଙ୍କର ପରାସ୍ତ ହୋଇଛି ବୋଲି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି ପିଏମ୍ ନରେନ୍ଦ୍ର ମୋଦି ।

'ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତୀକ ରଥଯାତ୍ରା'- ମନ୍‌ କି ବାତରେ ରଥଯାତ୍ରା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନଷ୍ଠିତ ହୋଇଛି । ଦେଶର କୋଣ ଅନୁକୋଣରୁ ଭକ୍ତି ଯୋଡ଼ି ହୋଇଛନ୍ତି । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମରୁ ଶ୍ରଦ୍ଧାଳୁ ଏକାଠୀ ହୁଅନ୍ତି । ଏହି ଯାତ୍ରା ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତୀକ । ପୁରୀ ଶ୍ରଦ୍ଧା ଓ ସମର୍ପଣ ଭାବରେ ଧାର୍ମିକ ଯାତ୍ରାରେ ଯୋଡି ହୋଇଥାଉ ।''

ମନ କି ବାତର ୧୨୩ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "କିଛି ଦିନ ପୂର୍ବରୁ ଦେଶ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂରଣ କରିଛି ଏବଂ ଦେଶବାସୀ ଏହାକୁ 'ସମ୍ବିଧାନ ହତ୍ୟା ଦିବସ' ପାଳନ କରିଛୁ। ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ସାହସର ସହିତ ଲଢ଼ିଥିବା ଲୋକଙ୍କୁ ଆମକୁ ମନେ ରଖିବା ଉଚିତ। ଏହା ଆମକୁ ଆମର ସମ୍ବିଧାନକୁ ସୁରକ୍ଷିତ ରଖିବା ପାଇଁ ସଜାଗ ରହିବାକୁ ପ୍ରେରଣା ଦିଏ। ଜରୁରୀକାଳୀନ ପରିସ୍ଥିତି ଲଗାଇଥିବା ବ୍ୟକ୍ତିଙ୍କର ପରାଜୟ ହୋଇଛି ।"

'ଡ଼ାକ୍ତର ଓ ସିଏ ସମାଜର ପିଲର'- ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ଼ାକ୍ତର ଓ ଚାର୍ଟାର୍ଡ ଆକାଉଣ୍ଟଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ''ଆମେ ଜୁଲାଇ ୧ ତାରିଖରେ ଦୁଇଟି ପ୍ରମୁଖ ବୃତ୍ତି ପାଳନ କରିବାକୁ ଯାଉଛୁ । ଡାକ୍ତର ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦୁହେଁ ଆମ ସମାଜର ପିଲର୍ । ଆମ ଜୀବନକୁ ଉନ୍ନତ କରିଥାନ୍ତି । ଡାକ୍ତରମାନେ ଆମ ସ୍ୱାସ୍ଥ୍ୟ ରକ୍ଷକ ଓ ସିଏ ଆମ ଆର୍ଥିକ ଜୀବନର ମାର୍ଗଦର୍ଶକ ।''

ମନ୍‌ କି ବାତର ୧୨୩ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ବୋଡୋଲ୍ୟାଣ୍ଡ ଆଜି ଏକ ନୂଆ ପରିଚୟ ସହ ଛିଡ଼ା ହୋଇଛି । ବୋଡୋଲ୍ୟାଣ୍ଡ ଆଞ୍ଚଳିକ କ୍ଷେତ୍ରରେ ବୋଡୋଲ୍ୟାଣ୍ଡ ସେମ୍ କପ୍ ଆୟୋଜନ କରାଯାଉଛି । ୩,୭୦୦ରୁ ଅଧିକ ଦଳ ଏବଂ ପ୍ରାୟ ୭୦,୦୦୦ ଅଂଶଗ୍ରହଣକାରୀ, ଯେଉଁଥିରେ ବହୁ ସଂଖ୍ୟକ ଝିଅ ମଧ୍ୟ ସାମିଲ ଅଛନ୍ତି । ହାଲିଚରଣ ନାର୍ଜାରୀ, ଦୁର୍ଗା ବୋରୋ, ଅପୂର୍ଣ୍ଣା ନାର୍ଜାରୀ ଏବଂ ମାନବୀର ବାସୁମାତାରୀ ରହିଛନ୍ତି । ଯେଉଁମାନେ ବୋଡୋଲ୍ୟାଣ୍ଡକୁ ତୃଣମୂଳ ସ୍ତରରୁ ଜାତୀୟ ମଞ୍ଚକୁ ନେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.