ନୂଆଦିଲ୍ଲୀ,୨୯/୦୬: ୧୨୩ତମ ମନ୍ କି ବାତ କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାଠୁ ନେଇ ଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତି ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଜରୁରୀକାଳୀନ ପରିସ୍ଥିତି ଥୋପିଥିବା ଲୋକଙ୍କର ପରାସ୍ତ ହୋଇଛି ବୋଲି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି ପିଏମ୍ ନରେନ୍ଦ୍ର ମୋଦି ।

'ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତୀକ ରଥଯାତ୍ରା'- ମନ୍‌ କି ବାତରେ ରଥଯାତ୍ରା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନଷ୍ଠିତ ହୋଇଛି । ଦେଶର କୋଣ ଅନୁକୋଣରୁ ଭକ୍ତି ଯୋଡ଼ି ହୋଇଛନ୍ତି । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମରୁ ଶ୍ରଦ୍ଧାଳୁ ଏକାଠୀ ହୁଅନ୍ତି । ଏହି ଯାତ୍ରା ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତୀକ । ପୁରୀ ଶ୍ରଦ୍ଧା ଓ ସମର୍ପଣ ଭାବରେ ଧାର୍ମିକ ଯାତ୍ରାରେ ଯୋଡି ହୋଇଥାଉ ।''

ମନ କି ବାତର ୧୨୩ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "କିଛି ଦିନ ପୂର୍ବରୁ ଦେଶ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂରଣ କରିଛି ଏବଂ ଦେଶବାସୀ ଏହାକୁ 'ସମ୍ବିଧାନ ହତ୍ୟା ଦିବସ' ପାଳନ କରିଛୁ। ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ସାହସର ସହିତ ଲଢ଼ିଥିବା ଲୋକଙ୍କୁ ଆମକୁ ମନେ ରଖିବା ଉଚିତ। ଏହା ଆମକୁ ଆମର ସମ୍ବିଧାନକୁ ସୁରକ୍ଷିତ ରଖିବା ପାଇଁ ସଜାଗ ରହିବାକୁ ପ୍ରେରଣା ଦିଏ। ଜରୁରୀକାଳୀନ ପରିସ୍ଥିତି ଲଗାଇଥିବା ବ୍ୟକ୍ତିଙ୍କର ପରାଜୟ ହୋଇଛି ।"

'ଡ଼ାକ୍ତର ଓ ସିଏ ସମାଜର ପିଲର'- ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ଼ାକ୍ତର ଓ ଚାର୍ଟାର୍ଡ ଆକାଉଣ୍ଟଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ''ଆମେ ଜୁଲାଇ ୧ ତାରିଖରେ ଦୁଇଟି ପ୍ରମୁଖ ବୃତ୍ତି ପାଳନ କରିବାକୁ ଯାଉଛୁ । ଡାକ୍ତର ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦୁହେଁ ଆମ ସମାଜର ପିଲର୍ । ଆମ ଜୀବନକୁ ଉନ୍ନତ କରିଥାନ୍ତି । ଡାକ୍ତରମାନେ ଆମ ସ୍ୱାସ୍ଥ୍ୟ ରକ୍ଷକ ଓ ସିଏ ଆମ ଆର୍ଥିକ ଜୀବନର ମାର୍ଗଦର୍ଶକ ।''

ମନ୍‌ କି ବାତର ୧୨୩ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ବୋଡୋଲ୍ୟାଣ୍ଡ ଆଜି ଏକ ନୂଆ ପରିଚୟ ସହ ଛିଡ଼ା ହୋଇଛି । ବୋଡୋଲ୍ୟାଣ୍ଡ ଆଞ୍ଚଳିକ କ୍ଷେତ୍ରରେ ବୋଡୋଲ୍ୟାଣ୍ଡ ସେମ୍ କପ୍ ଆୟୋଜନ କରାଯାଉଛି । ୩,୭୦୦ରୁ ଅଧିକ ଦଳ ଏବଂ ପ୍ରାୟ ୭୦,୦୦୦ ଅଂଶଗ୍ରହଣକାରୀ, ଯେଉଁଥିରେ ବହୁ ସଂଖ୍ୟକ ଝିଅ ମଧ୍ୟ ସାମିଲ ଅଛନ୍ତି । ହାଲିଚରଣ ନାର୍ଜାରୀ, ଦୁର୍ଗା ବୋରୋ, ଅପୂର୍ଣ୍ଣା ନାର୍ଜାରୀ ଏବଂ ମାନବୀର ବାସୁମାତାରୀ ରହିଛନ୍ତି । ଯେଉଁମାନେ ବୋଡୋଲ୍ୟାଣ୍ଡକୁ ତୃଣମୂଳ ସ୍ତରରୁ ଜାତୀୟ ମଞ୍ଚକୁ ନେଇଛନ୍ତି ।