ଭୁବନେଶ୍ବର,୨୭/୦୯: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ସେପ୍ଟେମ୍ବରରେ ଓଡ଼ିଶା ଗସ୍ତରେ ଆସିବେ। ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ, ସେ ଝାରସୁଗୁଡାରେ ୬୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ରେ ସେ ଏକ ସାଧାରଣ ସମାସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଭେଟିଦେବାକୁ ‌ଥିବା ଏହି ପ୍ରକଳ୍ପଗୁଡ଼ିକ ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟସେବା, ଦକ୍ଷତା ବିକାଶ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ।
ଦୂରସଞ୍ଚାର ସଂଯୋଗ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ପ୍ରାୟ ୩୭,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୯୭,୫୦୦ରୁ ଅଧିକ ମୋବାଇଲ୍ ୪ଜି ଟାୱାରକୁ ଲୋକାର୍ପଣ କରିବେ। ଏଥିରେ ବିଏସଏନଏଲ ଦ୍ବାରା ୯୨,୬୦୦ରୁ ଅଧିକ ୪ଜି ଟେକ୍ନୋଲୋଜି ସାଇଟ୍ ଅନ୍ତର୍ଭୁକ୍ତ । ଡିଜିଟାଲ୍ ଭାରତ ନିଧି ଅଧୀନରେ ୧୮,୯୦୦ରୁ ଅଧିକ ୪ଜି ସାଇଟ୍ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି ଯାଇଛି ଯାହା ଦୂରଦୂରାନ୍ତ, ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ପ୍ରାୟ ୨୬,୭୦୦ ଅପହଞ୍ଚ ଗ୍ରାମକୁ ସଂଯୋଗ କରିବ। ଏଥିସହିତ ୨୦ ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ସେବା ଯୋଗାଇବ। ଏହି ଟାୱାରଗୁଡ଼ିକ ସୌରଶକ୍ତି ଦ୍ବାରା ପରିଚାଳିତ, ଫଳରେ ଏଗୁଡ଼ିକ ଭାରତର ସର୍ବବୃହତ ସବୁଜ ଦୂରସଞ୍ଚାର ସାଇଟ୍ କ୍ଲଷ୍ଟର କରିବ ଏବଂ ସ୍ଥାୟୀ ଭିତ୍ତିଭୂମିକୁ ସୁଦୃଢ କରିବ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ବପୂର୍ଣ ରେଳ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଦେଶକୁ ଉତ୍ସର୍ଗ କରିବେ ଯାହା ଯୋଗାଯୋଗ ଏବଂ ଆଞ୍ଚଳିକ ବିକାଶକୁ ତ୍ବରାନ୍ବିତ କରିବ । ଏଥିରେ ସମ୍ବଲପୁର-ସରଲାରେ ରେଳ ଫ୍ଲାଏଓଭର ପାଇଁ ଶିଳାନ୍ୟାସ, କୋରାପୁଟ-ବୈଗୁଡ଼ା ଲାଇନର ଦୋହରୀକରଣ ଏବଂ ମାନାବାର-କୋରାପୁଟ-ଗୋରାପୁର ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକର୍ପଣ ସାମିଲ ରହିଛି । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ମାଲ ପରିବହନ ଏବଂ ଯାତ୍ରୀ ପରିବହନରେ ଉଲ୍ଲେଖନୀୟ ଉନ୍ନତି ଆଣିବ, ସ୍ଥାନୀୟ ଶିଳ୍ପ ଏବଂ ବାଣିଜ୍ୟକୁ ସୁଦୃଢ଼ କରିବ । ଏହି ଅବସରରେ, ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଏବଂ ଉଧନା (ସୁରଟ) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ଉଭୟ ରାଜ୍ୟ ମଧ୍ୟରେ ସୁଲଭ ଏବଂ ଆରାମଦାୟକ ଯୋଗାଯୋଗ ପ୍ରଦାନ କରିବ, ପର୍ଯ୍ୟଟନକୁ ସମର୍ଥନ କରିବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରମୁଖ ଆର୍ଥିକ ଜିଲ୍ଲାଗୁଡ଼ିକୁ ସଂଯୋଗ କରିବ।
ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦କୋଟି ଟଙ୍କା ନିବେଶରେ ଆଠଟି ଆଇଆଇଟି - ତିରୁପତି, ପଲକଡ଼, ଭିଲାଇ, ଜମ୍ମୁ, ଧାରୱାଡ, ଯୋଧପୁର, ପାଟନା ଏବଂ ଇନ୍ଦୋରର ସମ୍ପ୍ରସାରଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିବେ। ଏହି ସମ୍ପ୍ରସାରଣ ଆଗାମୀ ଚାରି ବର୍ଷ ମଧ୍ୟରେ ୧୦,୦୦୦ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ କ୍ଷମତା ସୃଷ୍ଟି କରିବ ଏବଂ ଆଠଟି ଅତ୍ୟାଧୁନିକ ଗବେଷଣା ପାର୍କ ପ୍ରତିଷ୍ଠା କରିବ, ଯାହା ଦ୍ବାରା ଭାରତର ନବସୃଜନ ଇକୋସିଷ୍ଟମ ସୁଦୃଢ଼ ହେବ ଏବଂ ଗବେଷଣା ଓ ବିକାଶକୁ ବଡ଼ ପ୍ରୋତ୍ସାହନ ମିଳିବ।
ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୨୭୫ଟି ରାଜ୍ୟ ଇଞ୍ଜିନିୟରିଂ ଏବଂ ପଲିଟେକ୍ନିକ୍ ପ୍ରତିଷ୍ଠାନରେ ଗୁଣବତ୍ତା, ଗବେଷଣା ଏବଂ ନବସୃଜନକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଥିବା ମେରିଟ ଯୋଜନା' କରିବେ।  ପ୍ରଧାନମନ୍ତ୍ରୀ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟ ମଧ୍ୟ ଆରମ୍ଭ କରିବେ ଯାହା ସମ୍ବଲପୁର ଏବଂ ବ୍ରହ୍ମପୁରରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବ। ଏଥିରେ କୃଷି-ପ୍ରଯୁକ୍ତି, ଅକ୍ଷୟ ଶକ୍ତି, ସାମୁଦ୍ରିକ କ୍ଷେତ୍ର ଏବଂ ଆତିଥ୍ୟୟ ଭଳି ପ୍ରଗତିଶୀଳ କ୍ଷେତ୍ରଗୁଡ଼ିକୁ ସାମିଲ ହେବ ଏହା ବ୍ୟତୀତ, ପାଞ୍ଚଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇରେ ଉନ୍ନୀତ କରାଯିବ, ୨୫ଟି ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଏବଂ ବୈଷୟିକ ତାଲିମ ପ୍ରଦାନ ଲାଗି ଏକ ନୂତନ ପ୍ରିସିସନ୍ ଇଞ୍ଜିନିୟରିଂ ଭବନ ପ୍ରତିଷ୍ଠା କରାଯିବ ।
ରାଜ୍ୟରେ ଡିଜିଟାଲ ଶିକ୍ଷାକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ୧୩୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ୱାଇ-ଫାଇ ସୁବିଧାର ଲୋକାର୍ପଣ କରିବେ, ଯାହା ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବା ପାଇଁ ମାଗଣା ଦୈନିକ ଡାଟା ପ୍ରଦାନ କରିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶାରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ମଧ୍ଯ ଏକ ଗୁରୁତ୍ବପୂର୍ଣ୍ଣ ପ୍ରୋତ୍ସାହନ ମିଳିବ। ସେ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ଭଲପୁରର ଭିମସାରକୁ ବିଶ୍ବସ୍ତରୀୟ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଉନ୍ନୀତ କରିବା ପାଇଁ ଭିଭିପ୍ରସ୍ତର ସ୍ଥାପନ କରିବେ। ଉନ୍ନତ ସୁବିଧାଗୁଡ଼ିକରେ ଡ଼ିକରେ ବଦ୍ଧିତ ଶଯ୍ୟା କ୍ଷମତା, ଟ୍ରମା କେୟାର ୟୁନିଟ୍, ଡେଣ୍ଟାଲ୍ କଲେଜ, ମାତୃ ଏବଂ ଶିଶୁ ଯତ୍ନ ସେବା ଏବଂ ବିସ୍ତାରିତ ଶୈକ୍ଷିକ ଭିତ୍ତିଭୂମି ଅନ୍ତର୍ଭୁକ୍ତ ହେବ, ଯାହା ଓଡ଼ିଶାର ଲୋକଙ୍କ ପାଇଁ ବ୍ୟାପକ ସ୍ବାସ୍ଥ୍ୟ ସେବା ସୁନିଶ୍ଚିତ କରିବ।
ଏହା ସହିତ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ୫୦,୦୦୦ ହିତାକାରୀଙ୍କୁ ମଞ୍ଜୁରୀ ଆଦେଶ ବଣ୍ଟନ କରିବେ। ଏହି ଯୋଜନା ପକ୍କା ଘର ଏବଂ ଦୁର୍ବଳ ଗ୍ରାମ ଗ୍ରାମୀଣ ପରିବାର, ଯେପରିକି ଭିନ୍ନକ୍ଷମ ବ୍ୟକ୍ତି, ବିଧବା, ଦୂରାରୋଗ୍ୟ ବ୍ୟାଧରେ ପୀଡ଼ିତ ବ୍ୟକ୍ତି ଏବଂ ପ୍ରାକୃତିକ ବିପର୍ଯ୍ୟୟର ଶିକାର ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଏହି ପଦକ୍ଷେପ ସମାଜର ସବୁଠାରୁ ପଞ୍ଚୁ ପଛୁଆ ବର୍ଗର ସାମାଜିକ କଲ୍ୟାଣ ଏବଂ ମର୍ଯ୍ୟାଦା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।