ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବନ୍ୟା ପ୍ରପିଡିତ ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଡେରାଡୁନଠାରେ ବିଭିନ୍ନ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳର ବନ୍ୟ ପୀଡିତ ପରିବାର ସହ ମଧ୍ୟ କଥାବାର୍ତ୍ତା cOd/ ହୋଇଥିଲେ।

ବନ୍ୟା ଓ ବାଦଲଫଟା ବୃଷ୍ଟିପାତ ଯୋଗୁଁ ପ୍ରଭାବିତ ହୋଇଥିବା ଅଞ୍ଚଳ ପାଇଁ ପିଏମ ମୋଦି ୧୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ବଜେଟ ରାଶି ଘୋଷଣା କରିଛନ୍ତି। ଏହାସହ ଏହି ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁ ଘଟିଥିବା ଲୋକଙ୍କ ପାଇଁ ଲକ୍ଷ ଟଙ୍କା ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି। ଏହାଛଡା ବନ୍ୟା ଓ ଭୂସ୍ଖଳନରେ ନିଜ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ନିମନ୍ତେ ପିଏମ୍ କେୟାର ତରଫରୁ ଶିଶୁ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ସମଗ୍ର ଉତ୍ତରାଖଣ୍ଡ ପ୍ରକୃତିକ ଦୁର୍ବିପାକରେ ଯୁଝୁଥିବା ବେଳେ ଲୋକମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ପିଏମ୍ ମୋଦି ଏନଡିଆରଏଫ, ଏସଡିଆରଏଫ ଓ ଆପଦ ମିତ୍ରଙ୍କୁ ଭେଟିବା ସହ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଦୁର୍ବିପାକରେ ଶତାଧିକ ଘର ସହ ଅନେକ ପ୍ରତିଷ୍ଟାନ ଭାଙ୍ଗିରୁଜି ଯାଇଛି। ରାଜ୍ୟ ସରକାର ଏହି ନିର୍ମାଣ କାମ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ ସହୟତା ପ୍ରଦାନ କରିବେ ବୋଲି ସେ ଘୋଷଣା କରିଛନ୍ତି।

ଆପଣଙ୍କୁ ଜଣାଇରଖୁ ଯେ ଉତ୍ତରାଖଣ୍ଡରେ ବର୍ତ୍ତମାନ ପରିସ୍ଥିତି ଗମ୍ଭୀର ରହିଛି। ଯେଉଁଥିରେ ବିଭିନ୍ନ ଅଞ୍ଚଳରେ ବାଦଲଫଟା ବୃଷ୍ଟିପାତ ସାଙ୍ଗକୁ ଭୂସ୍ଖଳନ ହେଉଥିବା ଦେଖିବାକୁ ମିଳିଛି। ଏହାସହ ରାଜ୍ୟର ତିନି ପ୍ରମୁଖ ନଦୀ ଗଙ୍ଗା, ଅଳକାନନ୍ଦା ଓ ମନ୍ଦାକୀନି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ୮୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକ ଲୋକ ନିଖୋଜ ରହିଛନ୍ତି।

ଭୟଙ୍କର ବୃଷ୍ଟିପାତ ଯୋଗୁଁ ଭାରତ ଓ ଚାଇନାକୁ ଯୋଡୁଥିବା ମୁଖ୍ୟ ବ୍ରିଜ୍ ମଧ୍ୟ ଧୋଇ ହୋଇଯାଇଛି। ଯାହାଫଳରେ ଉଭୟ ଦେଶ ପରସ୍ପର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହାସହ ଚାମୋଲି ଜିଲ୍ଲାରେ, ତମକ ନିକଟରେ ଜ୍ୟୋତିର୍ମଠ-ମାଲାରି ରାଜପଥରେ ଥିବା ଏକ ପ୍ରମୁଖ ମୋଟେରବଲ ପୋଲ ନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ପାଣି ଆସିବା କାରଣରୁ ଭାସି ଯାଇଛି।