ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପଲ୍ଲିଶ୍ରୀ ମେଳା ଉଦ୍‌ଯାପିତ; କୋଟିଏ ୩୧ ଲକ୍ଷର କାରବାର

Published By : Bijay Swain | March 30, 2025 12:30 AM

ଫୁଲବାଣୀ, ୨୯/୩ (ଆପ୍ର): କନ୍ଧମାଳ ଷ୍ଟାଡ଼ିୟମ୍‌ରେ ଜିଲ୍ଲା ପ୍ରଶାସନ ଏବଂ ଓରମାସ୍‌ ପକ୍ଷରୁ ସପ୍ତାହବ୍ୟାପି ଚାଲିଥିବା ପଲ୍ଲିଶ୍ରୀ ମେଳା ଉଦ୍‌ଯାପିତ ହୋଇଯାଇଛି। ମେଳାରେ ୨୦୫ଟି ଷ୍ଟଲ ହୋଇଥିବା ବେଳେ ରାଜ୍ୟର ସମସ୍ତ ୩୦ଟି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, କମ୍ପାନି ସମତେ ରାଜ୍ୟ ବାହାର ଆସାମ, ମଣିପୁର, ପଞ୍ଜାମ, ବିହାର , ଗୁଜୁରାଟ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କାରିଗରମାନେ ଅଂଶ ଗ୍ରହଣ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଖୋଲିଥିବା ଷ୍ଟଲରେ ୧ କୋଟି ୩୧ ଲକ୍ଷ ୪୭ ହଜାର ଟଙ୍କାର ବାଣିଜ୍ୟ କାରବାର ହୋଇଥିବା ଓରମାସ୍‌ ପକ୍ଷରୁ ସୂଚନା ଦିଆଯାଇଛି। 

କନ୍ଧମାଳ ଅନ୍ୟ ସମସ୍ତ ଜିଲାସ୍ତରୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମେଳା ହୋଇଥିଲା। ୨୫ ତାରିଖରେ କନ୍ଧମାଳ ମହୋତ୍ସବ ଉଦ୍‌ଯାପିତ ହୋଇଥିଲେ ମଧ୍ୟ ବ୍ୟବସାୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, କୁଶଳ ଚନ୍ଦ୍ର ନାୟକ, ଓରମାସ୍‌ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଗା ପ୍ରସାଦ ଭୂୟାଁ, ସହଯୋଗୀ ବିକ୍ରମ ତରାଇଙ୍କ ସମେତ ମେଳାକୁ ପ୍ରଶାସନ ପକ୍ଷରୁ ଦୁଇ ଦିନ ବୃଦ୍ଧି କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.