ପାରାଦୀପ,୦୪/୧୧: ଆଜିଠୁ କଳିଙ୍ଗ ବାଲିଯାତ୍ରା । ପାରାଦୀପର ବଡ ପର୍ବ କଳିଙ୍ଗ ବାଲିଯାତ୍ରାକୁ ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀଉଦ୍‌ଘାଟନ କରିବେ । ତା’  ପରଦିନ ପାରାଦୀପ ପୋର୍ଟ  ଦ୍ୱାରା ଆୟୋଜିତ ହୋଇଥିବା  ବୋଇତ ବନ୍ଦାଣ ଉତ୍ସବକୁ  ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଉଦ୍‌ଘାଟନ  କରିବେ। ଉଦ୍‌ଯାପନୀ  ଉତ୍ସବରେ ରାଜ୍ୟପାଳ  ଯୋଗଦେବେ। ଏନେଇ ପାରାଦୀପର ଲୋକେ  ବହୁତ ଉତ୍ସାହିତ ଅଛନ୍ତି ।

ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା  ବହୁତ ଭବ୍ୟ ହେବ ।  ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ  ପାରାଦୀପବାସୀ ଉତ୍ସାହର ସହ ଅପେକ୍ଷା  କରିଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ସୋମବାର ଡିଆଇଜି ସତ୍ୟଜିତ  ମହାନ୍ତିଙ୍କ ସମେତ ଜିଲ୍ଲାପାଳ ଜେ. ସୋନାଲ ଓ ଜିଲ୍ଲା  ଆରକ୍ଷୀ ଅଧୀକ୍ଷକ ଅଙ୍କିତ କୁମାର ବର୍ମା, କଳିଙ୍ଗ  ବାଲିଯାତ୍ରା ପଡ଼ିଆରେ ପହଞ୍ଚି ସ୍ଥିତି ପରଖିବା ସହ  ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।  ଉକ୍ତ ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବାର  କାର୍ଯ୍ୟକ୍ରମ ରହିଛି । ତେଣୁ ଜିଲ୍ଲା ପ୍ରଶାସନିକ ସ୍ତରରେ  ପ୍ରସ୍ତୁତି ଜୋର୍‌ଦାର କରାଯାଇଛି । ଏସମ୍ପର୍କରେ ଡିଆଇଜି  ଶ୍ରୀ ମହାନ୍ତି କହିଛନ୍ତି ସବୁ ଦିଗକୁ ଧ୍ୟାନ ଦିଆଯାଇ  ପ୍ରସ୍ତୁତି କରାଯାଇଛି । ରୁଟ୍‌ ଚାଟ୍‌, ହେଲିପ୍ୟାଡ୍‌କଣ୍ଟ୍ରୋଲ୍‌ ରୁମ୍‌, ଟ୍ରାଫିକ ବ୍ୟବସ୍ଥା ଆଦି ପାଇଁ ବ୍ୟାପକ  ପ୍ରସ୍ତୁତି କରାଯାଇଛି । ବାଲିଯାତ୍ରାରେ ୨୧ ପ୍ଲାଟୁନ ଫୋର୍ସ  ମୃତୟନ ରହିବା ସହ ୪୦ ଅଫିସର ମଧ୍ୟ ରହିବେ ।  ଏନେଇ ଜିଲ୍ଲା ଫୋର୍ସ ସମେତ ବାହାରୁ ମଧ୍ୟ ଫୋର୍ସ  ଅଣାଯାଇଛି । ଏହା ଜଗତସିଂହପୁର ଜିଲ୍ଲା ସମେତ  ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ଶ୍ରୀ ମହାନ୍ତି ପ୍ରକାଶ  କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଜେ.  ସୋନାଲ୍‌, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଙ୍କିତ କୁମାର  ବର୍ମା, ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ  ବିଶ୍ୱାଳ, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ  ବେହେରା, ପୌର ନିର୍ବାହୀ ଅଧିକାରୀ ଅଭିଷେକ  ପଣ୍ଡାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।