ଜହ୍ନlପଙ୍କ ୩୧/୧୦: ବୌଦ୍ଧ ବ୍ଲକ ବ୍ରାହ୍ମଣିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜାପଦର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ ମାନେ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ l ମିଳିଥିବା ସୂଚନା ଅନୁଯାୟୀ ବିଜାପଦର୍ ସ୍କୁଲରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୫ ଜଣ ଛାତ୍ର ଛାତ୍ରୀ ପଢୁଥିବା ବେଳେ ମାତ୍ର ୫ ଜଣ ଶିକ୍ଷକ ଥିଲେ  l ତନ୍ମଧ୍ୟରୁ ଅରୁଣ କୁମାର ସାହୁ ନାମକ ଜଣେ ଶିକ୍ଷକଙ୍କୁ ଧାନବଳଶ ସ୍କୁଲକୁ ବିଇଓ କାର୍ଯ୍ୟାଳୟରୁ ବଦଳି କରାଯାଇଥିଲା ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଆଜି ଅଭିଭାବକ ମାନେ ସ୍କୁଲ ଫାଟକରେ ତାଲା ପକାଇ ଛାତ୍ର ଛାତ୍ରୀ ମାନଙ୍କ ସହ ଧାରଣାରେ ବସିଥିଲେ l ଶିକ୍ଷକଙ୍କ ବଦଳି ବାତିଲ କରା ନଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଫାଟକରେ ତାଲା ପକାଇ ପ୍ରତିବାଦ ଜାରି ରହିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଥିଲେ। ଏ ସମ୍ପର୍କରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କ ସହିତ ଯୋଗାଯୋଗ କରିବାରୁ ଶିକ୍ଷକ ଅରୁଣ ସାହୁଙ୍କ ବଦଳି ବାତିଲ କରାଯାଇଛି। ସ୍କୁଲ ଚାଲିବା ସହିତ ପାଠପଢା ଓ ମଧ୍ୟାହ୍ନ ଭୋଜନ ମଧ୍ୟ ସ୍ୱାଭାବିକ ହୋଇଥିବା ପ୍ରକାଶ କରିଥିଲେ।