ଭୁବନେଶ୍ବର,୨୨।୯ ବାର୍ଦ୍ଧକ୍ୟ ଭତ୍ତା ଓ ମଧୁବାବୁ ପେନସନ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ କଣାସ ପଞ୍ଚାୟତ ସମିତି ପିଇଓ ଏବଂ ଜିଆରଏସଙ୍କୁ ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପିଇଓ ଟୁନା ପ୍ରଧାନ ଓ ଜିଆରଏସ ସାଗର କୁମାର ଦାସ।୨୦୨୨-୨୩ ଓ ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଦ୍ଧକ୍ୟ ଭତ୍ତା ଓ ମଧବାବୁ ପେନସନ ଟଙ୍କା ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ନ ଥିଲା। ପ୍ରାୟ ୨୧.୯୮ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରାଯାଇଥିଲା। ଭିଜିଲାନ୍ସ ଏହାର ତଦନ୍ତ କରି ପିଇଓ ଟୁନା ପ୍ରଧାନ ଓ ଜିଆରଏସ ସାଗର କୁମାର ଦାସଙ୍କୁ ଗିରଫ କରିଛି।