ମାଣତ୍ରୀ, (ଆପ୍ର)୨୩/୦୯ : ମରଣଯନ୍ତା ପାଲଟିଛି ପୂର୍ତ୍ତବିଭାଗ ଅଧୀନ ବୈଶିଙ୍ଗାରୁ ମାଣତ୍ରୀ ରାସ୍ତା l ଅଧାପନ୍ତରିଆ କରି ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରଖିଛନ୍ତି ଠିକାଦାର l  ଅଧାପନ୍ତରିଆା ରାସ୍ତା ଯୋଗୁ ଦୁର୍ଘଟଣା ଘଟୁଛି। ମଙ୍ଗଳବାର ଉକ୍ତ ରାସ୍ତାରେ ବାଇକରୁ ପଡି ୨ ଜଣ ଆହତ ହୋଇଥିଲେ।  ଏହା ପରେ ଶତାଧିକ ଲୋ ଏକତ୍ରିତ ହୋଇ  ବୈଶିଙ୍ଗା-ମାଣତ୍ରୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି l ତେବେ ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା।  

ବୈଶିଙ୍ଗାରୁ ମାଣତ୍ରୀ ରାସ୍ତାରେ  ପ୍ରତିଦିନ ହଜାର ହଜାର ଗାଡି ମୋଟର, ଆମ୍ବୁଲାନ୍ସ, ବସ ପ୍ରଭୁତି ଯିବା ଆସିବା କରେ l ରାସ୍ତା  ନିର୍ମାଣ  ଅବଧି ସରିବାର ଦୀର୍ଘ ଦିନ ବିତିଯିବା ପରେ ବି ନିର୍ମାଣ କାର୍ଯ୍ୟ ସାରୁ ନାହାନ୍ତି ଠିକାଦାର l ରାସ୍ତା ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ଲୋକମାନେ ହଇରାଣ ହେଉଛନ୍ତି। ରାସ୍ତା କାମ ମଧ୍ୟ  ନିମ୍ନମାନର କରାଯାଇଛି ବୋଲି  ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ତେବେ ଏହି ରାସ୍ତାର ମାନଗୋବିନ୍ଦପୁର ଉପକଣ୍ଠ ତାଳଗଛ ଛକ ନିକଟରେ ଏକ ପୋଲ କାମ ଦୀର୍ଘ ଦିନ ଧରି ଅଧାପନ୍ତରିଆ ପଡି ରହିବା ସହିତ ପ୍ରୋଚ ରୋଡ଼ରେ ଆଣ୍ଠୁଏ ଆଣ୍ଠୁଏ ଖାଲ ଖମା ସୃଷ୍ଟି ହୋଇଛି l  ଯେଉଁଥିପାଇଁ ଦୁର୍ଘଟଣା ଏଠି ନିତିଦିନିଆ ଘଟଣାରେ ପରିଣତ ହୋଇଛି  l ତେବେ ମଙ୍ଗଳବାର  ଜଣେ ମହିଳା ଓ ପୁରୁଷ ବାଇକରୁ ପଡି ଆହତ ହେବାପରେ ଉତ୍ତେଜନା ଦେଖା ଦେଇଥିଲା।  ଶତାଧିକ ଲୋ ଏକତ୍ରିତ ହୋଇ ବୈଶିଙ୍ଗା-ମାଣତ୍ରୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।