ଭୁବନେଶ୍ୱର ୨୯।୧୦ : ମୋନ୍ଥା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ଏକ୍ସ-ରେଗୁଲାର ଫର୍ମପୂରଣ ଅବଧି। ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ଅକ୍ଟୋବର ୨୮ ଫର୍ମ ପୂରଣର ଶେଷ ତାରିଖ ଥିଲା। କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ CHSE ଏହି ନିଷ୍ପତ୍ତି ନେଇଛି।
ସୂଚନା ଅନୁଯାୟୀ, ୨୦୨୬ ଯୁକ୍ତ ଦୁଇ ଏକ୍ସ-ରେଗୁଲାର ପିଲାଙ୍କ ପରୀକ୍ଷା ଲାଗି ଫର୍ମ ପୂରଣ ଚାଲିଛି। ଅକ୍ଟୋବର ୨୮ରେ ଏହାର ଅବଧି ଶେଷ ହେବାର ଥିଲା । ହେଲେ ବାତ୍ୟା ମୋନ୍ଥା ଲାଗି ଫର୍ମ ପୂରଣ ହୋଇପାରି ନାହିଁ । ଯାହାକୁ ନେଇ ଅନେକ କଲେଜ କର୍ତ୍ତୃପକ୍ଷ ଅବଧି ବୃଦ୍ଧି କରିବା ଲାଗି ନିବେଦନ କରିଥିଲେ। କଲେଜଙ୍କ ଆବେଦନକୁ ବିଚାରକୁ ନେଇ CHSE ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଯୁକ୍ତ ଦୁଇ ଫର୍ମପୂରଣ ପାଇଁ ଅବଧି ନଭେମ୍ବର ୩ ତାରିଖ ଯାଏଁ ଘୁଞ୍ଚାଯାଇଛି ।