ନୂଆପଡା, ୧୨।୧୦ :  ଆସନ୍ତା ନଭେମ୍ବର ୧୧ ରେ ନୂଆପଡାରେ ଉପ ନିର୍ବାଚନ ହେବ। ଆସନ୍ତା ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲର ଦିନ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ଅଫିସ ପରିସରରେ ବ୍ୟାରିକେଡ କରାଯାଇଛି।

ପୋଲିସ ପକ୍ଷରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ସର୍କିଟ ହାଉସ ଠାରୁ ଭେରା ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରା ଯାଇଛି। ଏସପି ଅମ୍ରିତ ପାଲ ସିଂ ସାମିଲ ହୋଇଥିଲେ।  ୧୦ ପ୍ଲାଟୁନ ଫୋର୍ସ ଚାଲି ଚାଲି ସହର ପରିକ୍ରମା କରିଛନ୍ତି। ଅବାଧ ନିରପେକ୍ଷ ସହ ଶାନ୍ତି ଶୃଙ୍ଖଳାର ସହ କିଭଳି ନିର୍ବାଚନ ସମ୍ପାଦନ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରା ଯାଇଥିବା ଏସପି କହିଥିବା ବେଳେ ସହଯୋଗ ପାଇଁ ଜନ ସାଧାରଣ ଙ୍କୁ ନିବେଦନ କରିଛନ୍ତି ।