ନୂଆଦିଲ୍ଲୀ,୦୫/୧୧: ଆରଟାଇ ଏବେ ଆଉ ପୂର୍ବ ପରି ଲୋକପ୍ରିୟ ହୋଇନାହିଁ। ଗୁଗୁଲ୍ ପ୍ଲେ ଷ୍ଟୋରର ସାମ୍ପ୍ରତିକ ତାଲିକା ଆଧାରରେ, ଶ୍ରୀଧର ଭେମ୍ବୁଙ୍କ ଜୋହୋ ଦ୍ୱାରା ବିକଶିତ ସ୍ୱଦେଶୀ ମେସେଜିଂ ଆପ୍ ଏବେ ଶ୍ରେଷ୍ଠ ୧୦୦ ଆପ୍ ତାଲିକାରୁ ବାଦ ପଡ଼ିଛି, ଯାହାଦ୍ବାରା ଏହି ସୋସିଆଲ ମିଡିଆ ପ୍ଳାଟଫର୍ମର ଗତି ମନ୍ଥର ହେବାର ସଙ୍କେତ ମିଳିଛି। ଏକ ମାସ ପୂର୍ବେ ଜୋହୋ ଆରଟାଇକୁ ନେଇ ଢେର ଚର୍ଚ୍ଚା ହେଉଥିଲା।
ସ୍ୱଦେଶୀ ଭାବରେ ବିକଶିତ ହେବାର ପ୍ରତିଶ୍ରୁତି ଦେଉଥିବା ଏହି ଆପ୍ ସେପ୍ଟେମ୍ବର ୨୦୨୫ ରେ ଟ୍ରେଣ୍ଡକୁ ଆସିଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆତ୍ମନିର୍ଭର ଭାରତ ଏଜେଣ୍ଡାର ଅଂଶ ଭାବରେ ସ୍ଥାନୀୟ ଭାବରେ ବିକଶିତ ଉତ୍ପାଦଗୁଡ଼ିକୁ ଗ୍ରହଣ କରିବାକୁ ଦେଶକୁ ଆହ୍ୱାନ କରିଥିଲେ। ୨୦୨୧ରେ ଯେତେବେଳେ ମେଟାର ହ୍ବାଟ୍ଦଆପ୍ ଗୋପନୀୟତା ନୀତିରେ ପରିବର୍ତ୍ତନ ଯୋଗୁଁ ବିବାଦରେ ଫସିଥିଲା, ସେହି ବର୍ଷରୁ ଜୋହୋ ଆରାଟାଇକୁ ବ୍ୟବହାର କରାଯାଉଛି।
ଆପ୍ ଷ୍ଟୋର ତାଲିକାରେ ତଳକୁ ଖସିଲା ଆରଟାଇ:
ଆପ୍ ଷ୍ଟୋରରେ ତଳକୁ ଖସିବା ଜୋହୋ ପାଇଁ ଏକ ଗମ୍ଭୀର ଝଟ୍କା, କାରଣ ଏହା ଆରଟାଇକୁ ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ଭଳି ବିଦେଶୀ ମାଲିକାନାରେ ଥିବା ଯୋଗାଯୋଗ ଆପ୍ ଆଗରେ ଆରଟାଇକୁ ଏକ ସୁରକ୍ଷିତ ଏବଂ ସୁବିଧାସମ୍ପନ୍ନ ବିକଳ୍ପ ଭାବରେ ସ୍ଥାନିତ କରିଥିଲା। ତାମିଲରେ ଆରଟାଇ ନାଁ'ର ଅର୍ଥ "ଚାଟ୍" ଅଟେ, ଯାହାକି ଏକ ସାଧାରଣ ଏବଂ ଆରାମଦାୟକ ଅଭିଜ୍ଞତାର ସଂକେତ ଦେଇଥାଏ। ଏହାକୁ ପ୍ରାରମ୍ଭିକ ଭାବରେ ୨୦୨୦ ଶେଷ ଭାଗରେ ଏକ ପରୀକ୍ଷାମୂଳକ ପାଇଲଟ୍ ଭାବରେ ଜାରି କରାଯାଇଥିଲା ଏବଂ ୨୦୨୧ ଆରମ୍ଭରୁ ଆନୁଷ୍ଠାନିକ ଭାବରେ ଲଞ୍ଚ ହୋଇଥିଲା। ଆପ୍ରେ ଆରମ୍ଭରୁ ବୃଦ୍ଧି ଦେଖିବାକୁ ମିଳିଥିଲା, ଯାହା ମୁଖ୍ୟତଃ ଜୋହୋର ବିଶାଳ କର୍ମଚାରୀ ଆଧାର ଏବଂ ଘରୋଇ ପ୍ରଯୁକ୍ତିବିଦ୍ୟାକୁ ସମର୍ଥନ କରିବା ପାଇଁ ଆଗ୍ରହୀ ଜନସାଧାରଣଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହାର ଶୁଭାରମ୍ଭ ପରେ ଅଳ୍ପ ସମୟ ମଧ୍ୟରେ ୨୫ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ଉପଯୋଗ ଏହାକୁ ଶୀର୍ଷରେ ପହଞ୍ଚାଇ ସଫଳତା ଭେଟିଦେଇଥିଲା। ସଂକ୍ଷେପରେ କହିବାକୁ ଗଲେ ଏହା 'ସୋସିଆଲ୍ ନେଟୱାର୍କିଂ' ବର୍ଗର ଶୀର୍ଷ ସ୍ଥାନରେ ସ୍ଥାନ ପାଇଥିଲା।
ତଥାପି, ଏହାର ପ୍ରାରମ୍ଭିକ ଗତି ଗୁରୁତ୍ୱପୂର୍ଣ୍ଣ ଜନସମୂହ ଗଢ଼ିବା ପାଇଁ ପର୍ଯ୍ୟାପ୍ତ ନଥିଲା। ବଜାରର ଅଗ୍ରଣୀ ଆପ୍ କମ୍ପାନୀଗୁଡ଼ିକ ଆଗରେ ବିଶେଷତଃ ଯେଉଁମାନେ ସେମାନଙ୍କର ଉପଭୋକ୍ତା ଆଧାର ଏବଂ ନେଟୱାର୍କ ପ୍ରଭାବକୁ ସୁଦୃଢ଼ କରିବା ପାଇଁ ଏକ ଦଶନ୍ଧିରୁ ଅଧିକ ସମୟ ନେଇଛନ୍ତି, ସେମାନଙ୍କ ଆଗରେ ଆରଟାଇ ପରି ବିଳମ୍ବରେ ଆସିଥିବା ଆପ୍ଳିକେସନ ଏକ ବଡ଼ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲା। ଆଉ ତାହା ଥିଲା, ଉପଭୋକ୍ତାମାନଙ୍କୁ ସେମାନଙ୍କର ସମଗ୍ର ସୋସିଆଲ ଚାଟିଂ ପ୍ଲାଟଫର୍ମ ପରିବର୍ତ୍ତନ କରିବା ପାଇଁ ରାଜି କରାଇବାକୁ ବାଧ୍ୟ କରିବା।
ପ୍ରତିଯୋଗିତା ତୁଳନାରେ, ଆରଟାଇ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ୍ ମେସେଜିଂ, ଭଏସ୍ ଏବଂ ଭିଡିଓ କଲ୍ ଏବଂ ଭାରତରେ ସମ୍ପୂର୍ଣ୍ଣ ସଂରକ୍ଷିତ ଉପଭୋକ୍ତା ଡାଟା ସମେତ ବୈଶିଷ୍ଟ୍ୟଗୁଡ଼ିକ ପ୍ରଦାନ କରେ। ତଥାପି, ଏଥିରେ ଟେକ୍ସଟ୍ ମେସେଜିଂ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ଭଳି କିଛି ମୌଳିକ ସୁବିଧାର ଅଭାବ ଥିଲା, ଯାହା ଗତ ମାସରୁ ବିକାଶାଧୀନ ଥିବା ରିପୋର୍ଟ କରାଯାଇଛି।