ନୂଆଦିଲ୍ଲୀ,୦୯/୧୧; ଭାରତୀୟ ମହିଳା କ୍ରିକେଟ୍ ଦଳ ବିଶ୍ୱକପ୍ ଜିତି ଇତିହାସ ରଛିଚି । ଭାରତର ବିଜୟରେ ଷ୍ଟାର ଖେଳାଳି ପ୍ରତୀକା ରାୱଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ, ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ପ୍ରତୀକା ରାୱଲ ଆହତ ହୋଇଥିଲେ । ଫାଇନାଲ ଖେଳି ପାରିନଥିଲେ । ତାଙ୍କ ସ୍ଥାନରେ ଶେଫାଲି ବର୍ମାଙ୍କୁ ଦଳରେ ସ୍ଥାନ ଦିଆଯାଇଥିଲା । ଶେଫାଳି ଫାଇନାଲ୍ ୮୭ ରନ କରିଥିଲେ ଏବଂ ଦୁଇଟି ୱିକେଟ୍ ନେଇଥିଲେ ଯାହା ଭାରତକୁ ବିଜୟୀ କରାଇଥିଲା। ଭାରତୀୟ ମହିଳା ଦଳ ବିଶ୍ୱକପ୍ ଜିତିବା ପରେ, ଭାରତୀୟ ଖେଳାଳିମାନଙ୍କୁ ପଦକ ପ୍ରଦାନ କରାଯାଇଥିଲା । କିନ୍ତୁ, ଶେଷ ୧୫ରେ ଥିବାରୁ, ପ୍ରତୀକା ରାୱଲଙ୍କୁ ବିଶ୍ୱକପ୍ ପଦକରୁ ବଞ୍ଚିତ କରାଯାଇଥିଲା । ଯାହା ପ୍ରଶଂସକଙ୍କ ସହ ପ୍ରତୀକାଙ୍କୁ ମଧ୍ୟ ନିରାଶ କରାଯାଇଥିଲା । ପ୍ରତୀକାଙ୍କୁ କାହିଁକି ପଦକ ଦିଆଗଲା ନାହିଁ ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଥିଲା ।
ବିଶ୍ୱ ବିଜୟୀ ଦଳ ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ପିଏମ୍ଙ୍କ ସହ ଏକ ଫଟୋସୁଟ୍ ହୋଇଥିଲା । ଯେଉଥିଲେ ଦେଖିବାକୁ ମିଳିଥିଲା କି, ପ୍ରତୀକାଙ୍କ ଗଳାରେ ଏକ ମେଡାଲ ଥିଲା । ତାହା ପ୍ରତୀକଙ୍କୁ ଦେଇଥିଲେ ଅମନଜୋତ୍ କୌର । ଯାହା ସମସ୍ତଙ୍କ ହୃଦୟ ଜିତିଥିଲା । ଏବେ ପ୍ରତୀକା ଉଧାର ନୁହେଁ ନିଜ ପଦକ ପିନ୍ଧିବେ । ଏବେ, ଖବର ଆସୁଛି କି ଭାରତର ଝିଅ ପ୍ରତୀକା ରାୱଲ ତାଙ୍କର ବିଜେତା ପଦକ ପାଇବେ । ସୂତ୍ର ଅନୁସାରେ, ଭାରତୀୟ ଓପନର ପ୍ରତୀକା ରାୱଲଙ୍କୁ ମହିଳା ବିଶ୍ୱକପ୍ ବିଜେତା ପଦକ ମିଳିବ । କାରଣ ଆଇସିସି ଅଧ୍ୟକ୍ଷତ ଜୟ ଶାହ ମାମଲାର ହସ୍ତକ୍ଷେପ ପରେ ଏହି ଆଶା ପ୍ରକାଶ ପାଇଛି ।
ଏକ ସାକ୍ଷାତକାରରେ ପ୍ରତୀକା ରାୱଲ କହିଛନ୍ତି,'' ଜୟ ଶାହ ଆମ ମ୍ୟାନେଜରଙ୍କୁ ମେସେଜ କରିଛନ୍ତି କି ସେ ମୋ ପାଇଁ ମେଡାଲ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି । ଶେଷରେ ମୋତେ ମୋଡାଲ ମିଳିବ । ମୁଁ ଯେବେ ପ୍ରଥମେ ପଦକ ଦେଖିଥିଲି ମୋ ଆଖିରେ ଲୁହ ଆସିଯାଇଥିଲା ।
କାହିଁକି ମିଳିନଥିଲେ ମେଡ଼ାଲ- ICC ନିୟମ ଅନୁଯାୟୀ, କେବଳ ସେହି ଖେଳାଳିମାନଙ୍କୁ ପଦକ ପ୍ରଦାନ କରାଯାଏ ଯେଉଁମାନେ ଟୁର୍ଣ୍ଣାମେଣ୍ଟ ଶେଷରେ ଦଳର ଅଧିକାରିକ ଚୂଡ଼ାନ୍ତ ୧୫-ସଦସ୍ୟ ଟିମ୍ରେ ଥିବେ । ଯେଉଁଥିରେ ନକଆଉଟ୍ ଏବଂ ଫାଇନାଲ ପର୍ଯ୍ୟାୟ ଖେଳିଥିଲେ । ପ୍ରତୀକା ରାୱଲ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ଖେଳିନଥିଲେ । ତେଣୁ ତାଙ୍କୁ ବିଜେତା ପଦକ ପ୍ରଦାନ କରାଯାଇ ନଥିଲା । ପ୍ରତୀକା ବିଶ୍ୱକପ ୨୦୨୫ରେ ୬ ଇନିଂସରେ ୭୭.୭୭ ଷ୍ଟ୍ରାଇକ ରେଟ୍ରେ ୩୦୮ ରନ୍ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୧ଟି ଅର୍ଦ୍ଧଶତକ ସାମିଲ ଅଛି । ୨୩ ତମ ଦିନିକିଆ ଇନିଂସରେ ୧୦୦୦ ରନ୍ ବି ପୂରଣ କରିଛନ୍ତି ।