ଭୁବନେଶ୍ୱର,୧୯/୦୯:କଟକ ବାଲିଯାତ୍ରା ଆୟୋଜନକୁ ନେଇ ମୁଣ୍ଡ ଟେକିଲା ବିବାଦ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। କେବଳ ତଳ ପଡିଆରେ ବାଲିଯାତ୍ରା ହେବାକୁ ସାଂସଦ ଦେବାଶିଷ ବିରୋଧ କରି ଉପର ବାଲିଯାତ୍ରା ପଡିଆରେ ମଧ୍ୟ ଯାତ୍ରା କରାଇବାକୁ ଦାବି କରିବାକୁ କରିଛନ୍ତି । କାରଣ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ଓ ବାଲିଯାତ୍ରାର ଐତିହକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।
ତେବେ ନଭେମ୍ୱର ୫ରୁ ୧୨ ପର୍ଯ୍ୟନ୍ତ ହେବ ଚଳିତ ବର୍ଷର ବାଲିଯାତ୍ରା ।ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଯାହା ପୂର୍ବରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ହେବନି । କେବଳ ତଳ ପଡ଼ିଆରେ ହେବ ଚଳିତ ବର୍ଷର ବାଲିଯାତ୍ରା ।୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା । ବାଲି ଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ଟ୍ରାଫିକ, ପାର୍କିଂ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ରହିବ ଏଥିରେ । ଜିଲ୍ଲା ସାସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ ଦଳ ଚୟନ କରାଯିବ । ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ।