ଭୁବନେଶ୍ୱର ୦୧/୧୧: ରାମମନ୍ଦିର ସେଣ୍ଟ ଜୋସେଫ୍‌ ନିକଟରେ ଥିବା ଖାଓ ଗଳିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବ । ଶୁକ୍ରବାର ଏହି ପ୍ରସ୍ତାବ ବିଏମ୍‌ସି କର୍ପୋରେସନରେ ପାରିତ  ହୋଇଛି। ଖାଓଗଳି ଦ୍ୱାରା ସେଠାରେ ଅଳିଆ  ଜମା ହେଉଛି । ପରିବେଶ ଦୂଷିତ ହେଉଛି ।  ଏନେଇ ସେଣ୍ଟ ଜୋସେଫ୍‌ ସ୍କୁଲ ପକ୍ଷରୁ ସେପ୍ଟେର  ୧ରେ ବିଏମ୍‌ସିରେ ଅଭିଯୋଗ କରାଯାଇଥିଲା ।  ବିଏମ୍‌ସି ପକ୍ଷରୁ ବାରମ୍ବାର ତାଗିଦ କରାଯିବା ସତ୍ତେ୍ୱ  ଖାଓଗଳିର ଦୋକାନୀମାନେ ନିର୍ଦ୍ଦେଶକୁ ଅବମାନନା  କରୁଛନ୍ତି । ଦୁଇଥର ଭଡା କମାଯାଇଥିଲେ ମଧ୍ୟ ୩  ବର୍ଷ ହେଲା ସେମାନେ ଭଡ଼ା ଦେଉନାହାନ୍ତି ।