ନୂଆଦିଲ୍ଲୀ, ୦୫/୧୦: ମହିଳା  ଦିନିକିଆ ବିଶ୍ୱକପ୍‌ରେ ଆଜି ଦୁଇ  ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌କୁ ନେଇ ଉଭୟ  ଦେଶର କ୍ରିକେଟ୍‌ ପ୍ରେମୀଙ୍କ  ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଛି । ରେକର୍ଡ ଭାରତ ସପକ୍ଷରେ ରହିଥିଲେ ମଧ୍ୟ ପାକିସ୍ତାନ ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ ରହିଥିବା ଅଧିନାୟିକା ଫାତିମା ସାନା ଶନିବାର ମ୍ୟାଚ୍‌ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପୂର୍ବରୁ  ଉଭୟ ଦଳ ୧୧ଥର ପରସ୍ପରକୁ ଭେଟିଛନ୍ତି ଏବଂ ଭାରତ ସମସ୍ତ ମ୍ୟାଚ୍‌ ଜିତିଛି ।

ସାନା କହିଛନ୍ତି, ପ୍ରଥମତଃ ରେକର୍ଡ ସୃଷ୍ଟି ହୋଇଥାଏ ଭାଙ୍ଗିବା ପାଇଁ । ଆମେ  ଭାରତକୁ ହରାଇ ପାରିବୁ ।  ଆମ ନିକଟରେ ଏକ ଦୃଢ଼  ଦଳ ରହିଛି । ଏହା ନୁହେଁ  କି ଆମେ ଭାରତକୁ କେବେ  ହରାଇ ପାରିବୁନି । ଭଲ  କ୍ରିକେଟ୍‌ ଖେଳିଲେ ଆମେ ଯେକୌଣସି ଦଳକୁ ହରାଇବାର କ୍ଷମତା  ରଖିଛୁ । ପୂର୍ବ ପ୍ରଦର୍ଶନକୁ ନେଇ ଆମେ  ଚିନ୍ତିତ ନାହୁଁ । ଭାରତ ବିପକ୍ଷ ମ୍ୟାଚ୍‌ରେ  ଚାପ ରହିବା ସ୍ୱାଭାବିକ । ଏହି ମ୍ୟାଚ୍‌  ଉପରେ ସମଗ୍ର ବିଶ୍ୱର ନଜର ରହିବ ।  ଚାପରେ ରହି ଆମକୁ ନିଜ ନିଜର  ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।’

ଗତ ଏସିଆ କପ୍‌ରେ ଭାରତ-ପାକିସ୍ତାନ  ବିବାଦକୁ ନେଇ ସାନା କହିଛନ୍ତି, ଭାରତୀୟ  ଦଳ ସହ ଆମର ପୂର୍ବରୁ ଭଲ ସମ୍ପର୍କ  ରହିଆସିଛି । ଗତ ୨୦୨୨ ବିଶ୍ୱକପ୍‌  ସମୟରେ ପୂର୍ବତନ ଅଧିନାୟିକା ବିଶମା  ମାରୁଫଙ୍କ ଝିଅକୁ ଭାରତୀୟ ଖେଳାଳିମାନେ  ବହୁତ ଭଲ ପାଇବା ଦେଇଥିଲେ ।  ଏଥର ମଧ୍ୟ ଆମେ ଖେଳୁଆଡ଼  ମନୋଭାବକୁ ଅଧିକ ଗୁରୁତ୍ୱ ଦେବୁ