ମାଲକାନଗିରି, ୨୬/୧୦ : ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ମାଲକାନଗିରି ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି। ପ୍ରଶାସନିକ ଅଧିକାରୀଙ୍କ ସହ ଜିଲ୍ଲାବାସୀ ସତର୍କ ରହିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବାତ୍ୟା ମୋନ୍ଥାର ମୁକାବିଲା କରିବା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି । ୨୭ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବିଡିଓ ତହସିଲଦାର ଓ ପଞ୍ଚାୟତ ଅଧିକାରୀମାନଙ୍କୁ ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟ୍ୟୟ । ଅଗ୍ନିଶମ ବାହିନୀ, ପୋଲିସ କର୍ମଚାରୀ, ବିଦ୍ୟୁତ ବିଭାଗ ଓ ଯୋଗାଣ ବିଭାଗକୁ ଆଲର୍ଟ କରାଯାଇଛି । ବଣ୍ଡା ଘାଟି ଓ ଚିତ୍ରକୋଣ୍ଡା ଅଞ୍ଚଳରେ ଭୁଷ୍କଳନ ହେବାର ସମ୍ଭାବନା ରହିଥିବାରୁ ସରକାରୀ କର୍ମଚାରୀ ମାନମଙ୍କୁ ଆଲର୍ଟ କରାଯାଇଛି । ବନ୍ୟା ଆଶ୍ରୟସ୍ଥଳି ଗୁଡ଼ିକ ପ୍ରସ୍ତୁତ ରଖାଯିବା ସହ ସେଠାରେ ଯଥେଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି ।

ଆନ୍ଧ୍ରପ୍ରଦେଶର ମଛଲିପାଟଣମ ଓ କାକିନାଡା ମଝିରେ ବାତ୍ୟା ମୋନ୍ଥା ଲ୍ୟାଣ୍ଡ ଫଲ୍ କରିବ ବୋଲି ଭାରତୀୟ ପାଣି ପାଗ ବିଭାଗ ସୁଚନା ଦେବା ପରେ ଆଲର୍ଟ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ। କାରଣ ମାଲକାନଗିରି ଜିଲ୍ଲା ଆନ୍ଧ୍ରପ୍ରଦେଶ ସୀମାନ୍ତକୁ ଲାଗିଥିବାରୁ ଏହାର ପ୍ରଭାବ ଅଧିକ ପଡ଼ିବ କାକିନାଡାରେ ସ୍ଥଳ ଭାଗ ଛୁଇଁଲେ ମାଲକାନଗିରି ଜିଲ୍ଲାରେ ଭାରି ବର୍ଷା ହେବା ସହ ପନବ ମଧ୍ୟ ହେବାର ସମ୍ଭାବନା ରହିଛି । ପରିସ୍ଥିତିର ମୁକାବିଲା କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି । ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରି କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ତଳିଆ ଅଞ୍ଚଳ ଚିହ୍ନଟ କରାଯାଇ ବ୍ଲକ ସ୍ତରିୟ ଅଧିକାରି ମାନଙ୍କୁ ଦାୟିତ୍ବ ଦିଆଯାଇଛି । ମାକାନଗିରିରେ ୪ ଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳି ରହିଥିବାବେଳେ ୧୬ଟି ପ୍ରାଥମିକ ବିଦ୍ୟାଳୟକୁ ଅସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳି ଭାବେ ପ୍ରସ୍ତୁତ କରାଯାଇଛି । ସବୁଠି ଯଥେଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯିବା ସହ ବିଡିଓ ତହସିଲଦାର ଓ ପଞ୍ଚାୟତ ଅଧିକାରୀମାନଙ୍କୁ ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଡାକ୍ତରଖାନାକୁ ହାଇ ଆଲର୍ଟ କରାଯିବା ସହ ଜେନେରେଟର ଚାଲିବା ପାଇଁ ୭ ଦିନର ଡିଜେଲ ମହଜୁଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବିଭାଗୁ ନେଇ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ପ୍ରସ୍ତୁତ କରାଯାଇଛି ଓ ଲୋକଙ୍କ ପାଇଁ ଏକ ହେଲପ୍ ଲାଇନ୍ ନମ୍ବର ମଧ୍ୟ ଦେଇଛି ଜିଲ୍ଲା ପ୍ରାଶାସନ । ବଣ୍ଡା ଘାଟି ଓ ଚିତ୍ରକୋଣ୍ଡା ଅଞ୍ଚଳରେ ଭୁଷ୍କଳନ ହେବାର ସମ୍ଭାବନା ରହିଥିବାରୁ ସେଠାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ଅଗ୍ନିଶମ ବାହିନୀ, ପୋଲିସ କର୍ମଚାରୀ, ବିଦ୍ୟୁତ ବିଭାଗ ଓ ଯୋଗାଣ ବିଭାଗକୁ ଆଲର୍ଟ ରଖା ଯାଇଛି । ମାଲକାନଗିରି ଜିଲ୍ଲାରେ ଅଗ୍ନିଶମ ବିଭାଗ ର ୮ ଟି ଟିମ୍ ରହିଥିବାବେଳେ ବାହରୁ ଅତିରିକ୍ତ ୩ଟି ଟିମ୍ ମଗାଯାଇଛି । ଏହାସହ ଓଡ୍ରାଫର ଦୁଇଟି ଟିମ ମଲକାନଗିରି ଆସିବା ଲାଗି ରାଜ୍ୟ ସରକରାଙ୍କୁ ଜଣାଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ପରିସ୍ଥିତିର ମୁକାବିଲା କରିବା ଲାଗି ଅଗ୍ନିଶମ ବାହିନର ସ୍ପିଡ୍ ବୋଟ ପ୍ରସ୍ତୁତ ହୋଇ ରହିଥିବା ବେଳେ ଏହାର ଟ୍ରାଇ ରନ୍ ମଧ୍ୟ କରାଯାଇଛି । ଗଛ କାଟିବା ମେସିନ, ଫ୍ଲଡ ଲାଇଟ୍, ଜେନେରେଟର ବୋଟ୍ ସହ ପୁରା ପ୍ରସ୍ତୁତ ରହିଛି ଅଗ୍ନିଶମ ବାହିନୀ ଓ ଜିଲ୍ଲା ପ୍ରଶାସନ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ବାତ୍ୟା ମୋନ୍ଥାକୁ ସବୁଠାରୁ ଅଧିକ ଚିନ୍ତାରେ ରହିଛନ୍ତି ମାଲକାନଗିରି ଜିଲ୍ଲାର ଚାଷିକୂଳ । କାରଣ ଏବେ ଜମିରେ ଧାନ ପାଚିଗଲାଣି, ଅମଳର ସମୟ ହୋଇଥିବାବେଳେ ଲୋକେ ଧାନ କାଟିବାରେ ଲାଗିଛନ୍ତି । କେଉଠି ଜମିରେ ସୁନାର ଫସଲ ହସୁଛି ତ ଆଉ କେଉଠି ଫସଲ କାଟିବା ପରେ ଧାନ ଏକାଠି କରାଯାଉଛି । ହେଲେ ବାତ୍ୟା ର କଥା ଶୁଣି ଲୋକେ ଧାନ କୁ ଆଉ ଖରାରେ ନଶୁଖାଇ ବସ୍ତାରେ ଭର୍ତ୍ତୀ କରିବାରେ ଲାଗିଛନ୍ତି । କେବଳ ଧାନ ଫସଲ ନୁହେଁ ପନି ପରିବା ଠାରୁ ଆରମ୍ଭ କରି ରାଶି, ବିରି, ମାଣ୍ଡିଆ ଓ ଶୁଆଁ ଚାଷ କରିଥିବା ଆଦିବାସି ଲୋକେ ଏବେ ଚିନ୍ତାରେ ପଡିଛନ୍ତି । ଚଳିତ ବର୍ଷ ଫସଲ ଭଲ ହୋଇଥିବା ବେଳେ ଧାନ ବିରି ମାଣ୍ଡିଆ ଆଦି ଅମଳ କରିବାର ସମୟ ଆସିଛି । ଜମିରେ ସୁନା ଫସଲ ହସୁଥିବ ବେଳେ ମୁଣ୍ଡରେ କିନ୍ତୁ ହାତ ଦେଇ ବସିଛନ୍ତି ଚାଷି କୁଳ । କାରଣ ବାତ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଭାରି ବର୍ଷାର ସମ୍ଭାବନା ରହିଛି । କିଛି ସ୍ଥାନରେ ମେସିନ ଲଗାଇ ପାଚିଲା ଧାନ ଫସଲକୁ ଆଗୁଆ କାଟିବାରେ ଲୋକେ ବ୍ୟସ୍ତ ଥିବା ବେଳେ ଆଉ କିଛି ଅଞ୍ଚଳରେ କଟା ଯାଇଥିବା ଫସଲକୁ ସୁରକ୍ଷିତ ରଖିବା ଲାଗି ଲୋକେ ତତ୍ପର ହୋଇଛନ୍ତି । ତେବେ ଅଳ୍ପ ସମୟ ମଧ୍ୟରେ ଏବେ ପରିମାଣର ଫସଲ କାଟିବା ସମ୍ଭବ ନଥିବା ବେଳେ ବର୍ଷାକୁ ନେଇ ଚିନ୍ତାରେ ଚାଷି କୁଳ ।

ପାଣି ପାଗ ବିଭାଗ ଆସନ୍ତାକାଲି ମାଲକାନଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବାବେଳେ ୨୮, ୨୯ ଓ ୩୦ ତାରିଖ ଲାଗି ରେଡ୍ ଆଲର୍ଟ  ଜାରି କରିଛି । ଭାରି ବର୍ଷା ସହ ୫୦କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି ବୋଲି ଭାରତିୟ ପାଣି ପାଗ ବିଭାଗ ସୁଚନା ଦେବା ପରେ ମାଲକାନଗିରି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।