କୋଣାର୍କ ୨୮।୧୦(ଆପ୍ର) ସମ୍ଭାବ୍ୟ ବାତ୍ୟା  ମୋନ୍‌ଥାକୁ ଦୃଷ୍ଟିରେ ରଖି କୋଣାର୍କ ଏନ୍ଏସି ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ବାତ୍ୟା ପ୍ରଭାବରେ ଚନ୍ଦ୍ରଭାଗା ସମୁଦ୍ର ଅଶାନ୍ତ ହୋଇ ଉଚ୍ଚ ଜୁଆର କୂଳକୁ ମାଡ଼ି ଆସୁଥିବାରୁ ଅଗ୍ନିଶମବାହିନୀ ପକ୍ଷରୁ ସମୁଦ୍ରକୂଳକୁ କୂଳକୁ ଯିବାକୁ ବାରଣ କରାଯାଇଛି। ଏଥିପାଇଁ ବିପଦ ସଂକେତ ଭାବେ ନାଲି ପତାକା ଲାଗିଛି।

ପ୍ରଚାର ଗାଡ଼ି ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ ସମୁଦ୍ରକୂଳରେ ରହୁଥିବା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଉଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏଠାରେ ଥିବା ବିଭିନ୍ନ ଲଜ୍, ଧର୍ମଶାଳା, ହୋଟେଲ୍‌, ଗେଷ୍ଟ ହାଉସ୍ ଓ ରେସ୍ତୋରାଁରେ ପର୍ଯ୍ୟଟକମାନେ ରାତ୍ରୀଯାପନ କରିପାରିବେ ନାହିଁ। ଏନେଇ କୋଣାର୍କ ବଜାର ସମେତ ବିଭିନ୍ନ ୱାର୍ଡରେ ଘନ ଘନ ପ୍ରଚାର କରାଯାଉଛି।