ବ୍ରହ୍ମପୁର,୧୪/୧୦ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ପରିସରରେ ହୋଇଥିବା ଇଣ୍ଟର ମେଡ଼ିକାଲ କଲେଜ ମିଟରେ ଗଣ୍ଡଗୋଳ ଘଟଣାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ମିଟ ବନ୍ଦ ନେଇ ନିଷ୍ପତ୍ତି ନେଇଛି କାଉନସିଲ । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ମେଡ଼ିକାଲ କଲେଜ ଡିନ ସହ ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା । ଗଣ୍ଡଗୋଳ ଘଟଣାକୁ ନେଇ ନା ପସନ୍ଦ କରିଛନ୍ତି ଡିନ ।

ଚଳିତ ବର୍ଷ ଇଣ୍ଟର ମେଡ଼ିକାଲ କଲେଜ ମିଟ ବନ୍ଦ ନେଇ ନିଷ୍ପତ୍ତି ନେଇଥିବା କହିଛନ୍ତି ଡିନ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ । ଇଣ୍ଟର ମେଡିକାଲ କଲେଜ ମିଟ୍ ବନ୍ଦକୁ ପ୍ରତିବାଦ କରି ଧାରଣାରେ ବସିଛନ୍ତି ଡାକ୍ତର ଛାତ୍ରଛାତ୍ରୀ । ମେଡ଼ିକାଲ କଲେଜର ଡିନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଡାକ୍ତର ଛାତ୍ରଛାତ୍ରୀ । ଟେଲି ମେଡ଼ିସିନ ହଲରେ ମେଡିକାଲ ଡିନ, ଅଧିକ୍ଷକଙ୍କ ସହ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ଥିଲେ ।

ଗତକାଲି ସନ୍ଧ୍ୟାରେ ବୁର୍ଲା, କଟକ ଏସସିବି ମେଡିକାଲର ଛାତ୍ରଛାତ୍ରୀ ମାନେ ଏମକେସିଜି ମେଡିକାଲକୁ ଆସିଥିଲେ । କଟକ ଓ ବୁର୍ଲା ଛାତ୍ରମାନଙ୍କ ସହ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଛାତ୍ର ମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏମକେସିଜି ମେଡିକାଲ କଲେଜ ୩ ନମ୍ବର ହଷ୍ଟେଲ ସମ୍ମୁଖରେ ହୋଇଥିଲା ଗଣ୍ଡଗୋଳ । କଟକ ଏସସିବି ମେଡିକାଲ, ବୁର୍ଲା ମେଡ଼ିକାଲ ଓ ଏମକେସିଜି ମେଡିକାଲ କଲେଜର କିଛି ଛାତ୍ର ଆହତ ହୋଇଥିଲେ. ବିଳମ୍ବିତ ରାତିରେ ଏମକେସିଜି ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି ଛାତ୍ର। ଏହି ଘଟଣାକୁ ନେଇ ଆଜି ଅପରାହ୍ନରୁ ଏମକେସିଜି ମେଡିକାଲ କଲେଜରେ ଗୁରତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠଜ ସରିଲା ହେଲେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଇଣ୍ଟର ମେଡ଼ିକାଲ କଲେଜ ମିଟ ବନ୍ଦ ନକରି ଚାଲୁ ରଖିବା ଦାବିରେ ଛାତ୍ରଛାତ୍ରୀ ବସିଛନ୍ତି ଧାରଣାରେ ।