ଜହ୍ନlପଙ୍କ, ୧୧/୧୦ : ବୌଦ୍ଧ ବ୍ଲକ ମୁଣ୍ଡାପଡ଼ା ପଞ୍ଚାୟତ କମିରା-ଖଣ୍ଡପଡ଼ା ନିକଟ ସାଲୁଙ୍କି ନଦୀର ସିନ୍ହାସିନୀ ଘାଟ ନିକଟରେ କୁମ୍ଭୀର ଥିବା ଗୁଜବ ଭିଡ଼ିଓ ଭାଇରାଲ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ସ୍ଥାନୀୟ ଲୋକେ l ସେମାନଙ୍କ ପ୍ରତିକ୍ରିୟା ଅନୁଯାୟୀ କୌଣସି ବ୍ୟକ୍ତି ଏ ଆଇ କ୍ୟାମେରାର ଉପଯୋଗ କରି ଉକ୍ତ ଭିଡ଼ିଓ ସାମାଜିକ ଗଣ ମାଧ୍ୟମରେ ଅପଲୋଡ଼ କରିଥାଇ ପାରନ୍ତି l

ସ୍ଥାନୀୟ ବାସିନ୍ଦl କହିବା ଅନୁସାରେ ସେମାନେ ସାଲୁଙ୍କିର ଉକ୍ତ ଘାଟରେ ଦୈନନ୍ଦିନ ବ୍ୟବହାର କରୁଥିବାବେଳେ କୁମ୍ଭୀର ଦେଖି ନ ଥିବା ଓ ତାହା ଏକ ଗୁଜବ ବୋଲି ପ୍ରକାଶ କରିଛନ୍ତି ବନ ବିଭାଗ ମଧ୍ୟ ଉକ୍ତ ଘଟଣାକୁ ଗୁଜବ ବୋଲି ସୂଚନା ଦେଇଛି l ତେଣୁ ସାଲୁଙ୍କି କୂଳର ବିଭିନ୍ନ ଗ୍ରାମରେ ଜନସାଧାରଙ୍କ ମନରେ କୁମ୍ଭୀରକୁ ନେଇ ହୋଇଥିବା ଭୟର ବାତାବରଣକୁ ଦୁର କରିବା ପାଇଁ ପ୍ରଶାସନ ସଚେତନତା ସୃଷ୍ଟି କରାଇବା ଆବଶ୍ୟକ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି