ଭୁବନେଶ୍ଵର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର  ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ମାନସିକ ସ୍ବାସ୍ଥ୍ୟକୁ ନେଇ ସୋମବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।

କର୍ମଶାଳ।ର ପ୍ରଥମ ପର୍ଯ୍ୟାୟରେ ନିଶାମୁକ୍ତି ଏବଂ ମାନସିକ ସ୍ବାସ୍ଥ୍ୟ ସଚେତନତା ସମ୍ପର୍କିତ ଆଲୋଚନା  କରାଯାଇଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମାନସିକ ରୋଗ  ବିଭାଗର ମୁଖ୍ୟ ଡାକ୍ତର ସୁରଜିତ ସାହୁ ଏହି ସମସ୍ୟା ସହିତ ମୁକାବିଲା କରିବା ନେଇ ଆଲୋଚନା କରିଥିଲେ ।

ସେହିପରି ମାନସିକ ରୋଗ ବିଭାଗର ଆସିଷ୍ଟାଟ ପ୍ରଫେସର ଡାକ୍ତର ହିରଣ୍ମୟ ମହାପାତ୍ର ମାନସିକ ଅସୁସ୍ଥତା  ସମ୍ପର୍କରେ ବକ୍ତବ୍ୟ ରଖୁଥିଲେ ।

କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ସାଗତ ଭାଷଣ ପ୍ରଦାନ କରିଥିବା ବେଳେ  ଆସିଷ୍ଟାଟ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମାନସିକ ସ୍ବାସ୍ଥ୍ୟ ସଚେତନ‌ତା ଏବଂ  ଏହି ସମସ୍ୟାରୁ ମୁକୁଳିବାର ପନ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଡକ୍ଟର ପ୍ରୀତି ୱାଇ ଷଡ଼ଙ୍ଗୀ ପରିଚାଳନା କରିଥିଲେ ।