ସାକ୍ଷୀଗୋପାଳ,୧୩/୧୦: ସାକ୍ଷୀଗୋପାଳ ମନ୍ଦିରରେ  ଅଁଳାନବମୀ ପ୍ରସ୍ତୁତି ସମୀକ୍ଷା କଲେ ଏସ୍‌ପି ପ୍ରତୀକ ସିଂ ।  ରବିବାର ସନ୍ଧ୍ୟା ମନ୍ଦିରରେ ପହଞ୍ଚି ଥଲେ ଏସ୍‌ପି।  ଭିଡ଼ ନିୟନ୍ତ୍ରଣ, ସୁରକ୍ଷା,  ଟ୍ରାଫିକ, ଅଗ୍ନି ନିରାପତ୍ତା ସମ୍ପର୍କରେ ସ୍ଥାନୀୟ  ପୁଲିସ୍‌ ଅଧିକାରୀଙ୍କ ସହ ଆଲୋଚନା  କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ  ଦେଇଥିଲେ ।  

ଏସ୍‌ପି ପ୍ରଥମେ ଠାକୁରଙ୍କ ଦର୍ଶନ  କରିବା ପରେ ଏକତରଫା ରାସ୍ତାରେ  ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ, ଦର୍ଶନ,  ବେଢ଼ା ପରିକ୍ରମା, ଉତ୍ତର ଦ୍ୱାରରେ ପ୍ରସ୍ଥାନ  ବ୍ୟବସ୍ଥା ବୁଲି ଦେଖିଥିଲେ ।  ମନ୍ଦିର ସମ୍ମୁଖ ବ୍ୟାରିକେଡ୍‌,  ପଞ୍ଚସଖା ପଡ଼ିଆରେ ପଲ୍ଲିଶ୍ରୀ ମେଳା,  ସାଂସ୍କୃତିକ ମହୋତ୍ସବ, ପାର୍କିଂସ୍ଥଳ  ପରିଦର୍ଶନ କରିଥିଲେ । ଯାତ୍ରା ସମୟରେ  କରାଯାଉଥିବା କଟକଣା, ଯାନବାହାନ  ଚଳାଚଳ ସମ୍ପର୍କରେ ସାଧାରଣରେ ଠିକ୍‌  ସୂଚନା ଗଣମାଧ୍ୟମ ଜରିଆରେ ପ୍ରଦାନ  କରିବା ନେଇ ଏସ୍‌ପି କହିଥିଲେ । ଏହି  ସମୟରେ ପିପିଲି ଏସ୍‌ଡିପିଓ ଦେବାଶିଷ  ମିଶ୍ର, ସତ୍ୟବାଦୀ ଥାନା ଆଇଆଇସି  ବିଜୟ କେତନ ବେହେରା, ସେବାୟତ  ସଂଘ ସମ୍ପାଦକ ପ୍ରତାପ କୁମାର ମହାପାତ୍ର  ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।