ନୂଆଦିଲ୍ଲୀ,୦୨/୧୧: ଇତିହାସ ରଚିଲା ଇସ୍ରୋ । ଲଞ୍ଚ ହେଲା ବାହୁବଳୀ କମ୍ୟୁନିକେସନ୍ ସାଟେଲାଇଟ୍ CMS-03 । LVM3-M5 ରକେଟ୍ ସାହାଯ୍ୟରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ସଂଧ୍ୟା ୫.୨୫ ମିନିଟରେ ଲଞ୍ଚ୍ ହୋଇଛି । ୪,୦୦୦ କିଲୋଗ୍ରାମରୁ ଅଧିକ ଓଜନର ଏହି ସାଟେଲାଇଟକୁ ମହାକାଶକୁ ଶ୍ରୀହରିକୋଟା ସ୍ଥତ ସତୀଶ ଧଓ୍ବନ ସ୍ପେସ୍ ସେଣ୍ଟରରୁ ଯାତ୍ରା କରିଛି LVM3-M5 ରକେଟ୍ ।
Liftoff! #LVM3M5 launches #CMS03 from SDSC SHAR, carrying India’s heaviest communication satellite to GTO.
— ISRO (@isro) November 2, 2025
Youtube URL:https://t.co/gFKB0A1GJE
For more Information Visithttps://t.co/yfpU5OTEc5
ଭାରତୀୟ ମାଟିରୁ ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର ଅରବିଟ୍କୁ ଉତକ୍ଷେପଣ କରାଯାଇଥିବା ଏହା ସବୁଠାରୁ ଓଜନିଆ କମ୍ୟୁନିକେସନ ସାଟେଲାଇଟ୍ । ଏହି ଉପଗ୍ରହ ମୁଖ୍ୟତଃ ଭାରତୀୟ ନୌସେନା ପାଇଁ ନିର୍ମିତ ହୋଇଛି । ଏହା ଜାହଜ, ବୁଡ଼ା ଜାହଜ ଏବଂ ବିମାନଗୁଡ଼ିକୁ ସୁରକ୍ଷିତ ତଥା ଉନ୍ନତ ଯୋଗାଯୋଗ ସେବା ଯୋଗାଇବ । ସାମୁଦ୍ରିକ ଏବଂ ରଣନୈତିକ ସଂଯୋଗ ବୃଦ୍ଧିରେ ଏହା ଭୂମିକା ରହିବ । ଏହି ମିଶନ ଦ୍ୱାରା ଭାରତର ମହାକାଶଭିତ୍ତିକ ସାମିରିକ ଓ ବେସାମରିକ ବ୍ୟବସ୍ଥା ମଜଭୁତ ହେବ । ଭବିଷ୍ୟତରେ ହେବାକୁ ଥିବା ଗଗନଯାନ ମିଶନ ପାଇଁ ମଧ୍ୟ ସହାୟକ ହେବ ।