ନୂଆଦିଲ୍ଲୀ,୧୨/୦୯: ଆସନ୍ତା ୨୮ ତାରିଖରେ ବିସିସିଆଇ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)  ଆୟୋଜିତ ହେବ । ବୈଠକରେ ରୋଜର ବିନ୍ନୀଙ୍କ ସ୍ଥାନରେ  ବୋର୍ଡର ନୂଆ ସଭାପତି ନିର୍ବାଚିତ ହେବେ । କିମ୍ବଦନ୍ତୀ  ବ୍ୟାଟର ସଚିନ ତେନ୍ଦୁଲକର ଏହି ଆସନ ଅଳଙ୍କୃତ କରିବେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିଲା ।  କିନ୍ତୁ ସଚିନ ସଭାପତି ହେବେ ନାହିଁ । ତାଙ୍କ ନାମରେ ଯାହା ଚର୍ଚ୍ଚା ହେଉଛି ସେଥିରେ କୌଣସି ସତ୍ୟତା ନାହିଁ । ସଚିନଙ୍କ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ଏ ବିଷୟରେ କୁହାଯାଇଛି ।  

ବିସିସିଆଇର ସମ୍ବିଧାନ ଅନୁସାରେ ୭୦ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତି  ବୋର୍ଡର କୌଣସି ପଦ ପଦବୀରେ ରହିପାରିବେ ନାହିଁ ।  ବିନ୍ନୀଙ୍କୁ ନିକଟରେ ୭୦ ବର୍ଷ ପୂରଣ ହୋଇ ସାରିଛି ।  ତେଣୁ ତାଙ୍କ ସ୍ଥାନରେ ନୂଆ ସଭାପତି ନିର୍ବାଚିତ ହେବେ । ତେବେ କିଏ ନୂଆ ସଭାପତି ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।