​​​​​​​ଭୁବନେଶ୍ବର,୧୮।୧୦ :  ୨୦​‌ରେ ସବୁ ସ୍କୁଲରେ ଦୀପାବଳି ଛୁଟି। ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ଜିଲ୍ଲା ପାଇଁ ଲାଗୁ  କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି।

ସେହିପରି ଦିପାବଳି ପାଇଁ ୨୦ ଓ ୨୧ ତାରିଖ ସରକାରୀ ଛୁଟି ରହିଛି। ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ବଳବତ୍ତର ରହିବ। ୨୦ ତାରିଖରେ ଅତିରିକ୍ତ ଛୁଟି ରହିବ। ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ। ନୂଆପଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ପାଇଁ ବନ୍ଦ ରହିବ। ୨୦ରେ ନୂଆପଡ଼ାରେ ସରକାରୀ କାର୍ଯ୍ୟାଳୟ/ ମାଜିଷ୍ଟେରିଆଲ କୋର୍ଟ ଖୋଲା ରହିବ।  ସେହିପରି ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି।