ଭୁବନେଶ୍ୱର,୩୦/୦୯: ଆଇଆଇଟି ଭୁବନେଶ୍ୱର ନିକଟରେ ସ୍ଥାପନ ହେବାକୁ ଯାଉଛି ଅତ୍ୟାଧୁନିକ ସେମିକଣ୍ଡକ୍ଟର-ଇଏସ୍ଡିଏମ୍ ପାର୍କ । ଏହି ଷ୍ଟେଟ୍ ଅଫ୍ ଆର୍ଟ ଫାସିଲିଟି ଆଇଆଇଟି ଭୁବନେଶ୍ୱରର ଉଦ୍ୟମରେ ସ୍ଥାପନ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯିବ । ଏହା କାର୍ଯ୍ୟକ୍ଷମ ହେଲେ ଓଡ଼ିଶାକୁ ଦେଶର ସେମିକଣ୍ଡକ୍ଟର ରୋଡମ୍ୟାପ୍ରେ ଏକ ପ୍ରମୁଖ ସ୍ଥାନ ଦେବ । ୨୦୦ ଏକର ପରିମିତ ସ୍ଥାନରେ ଏହା ଆସିବ ଏହି ପାର୍କ । ଏହା ପରବର୍ତ୍ତୀ ପିଢ଼ି ଚିପ୍ ଟେକ୍ନୋଲୋଜିରେ ରାଜ୍ୟକୁ ଏକ୍ ହବ୍ ଭାବେ ବିକଶିତ କରିବ ।
ସେମିକଣ୍ଡକ୍ଟର କ୍ଷେତ୍ରରେ ଆଇଆଇଟି ଭୁବନେଶ୍ୱର ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିଛି । ସିକ୍ସେମ୍ ପ୍ରାଇଭେଟ ଲିମିଟେଡ ସହଭାଗିତାରେ ସ୍ଥାପିତ ଆଇଆଇଟିର ସିଲିକନ କାର୍ବାଇଡ ରିସର୍ଚ୍ଚ ଆଣ୍ଡ୍ ଇନୋଭେସନ ସେଣ୍ଟର ଦ୍ୱାରା ୨୦୦ ମିଲିମିଟର ବିଶିଷ୍ଟ ଏସ୍ଆଇସି ଇନ୍ଗଟ୍ ଘରୋଇ ବଜାରର ସେମିକଣ୍ଡକ୍ଟର କ୍ଷମତା କ୍ଷେତ୍ରରେ ବେଶ ପ୍ରଶଂସା ସାଉଣ୍ଟିଥିଲା । ଏହି ନୂଆ ପାର୍କ ଆଇଆଇଟି ଭୁବନେଶ୍ୱରର ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛ