ପାପଡାହାଣ୍ଡି,୫/୧୧ :  ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ସୋମନାଥ ବିଷୋୟୀଙ୍କ ପରଲୋକ । ଗତ ଦୁଇ ବର୍ଷ ହେବ ସ୍ୱାସ୍ଥ୍ୟ ସମସ୍ୟାରେ ଜଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ରାତି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରାତି ପ୍ରାୟ ୧ଟା ୩୦ମିନିଟ୍ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ପାପଡ଼ାହାଣ୍ଡି ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମା ଗତି ସାହିରେ ସେ ରହୁଥିଲେ।

ସୂଚନାଯୋଗ୍ୟ ଯେ, ୧୯୪୨ମସିହାରେ ଜନ୍ମିତ ସୋମନାଥ ବିଷୋୟୀ ନବରଙ୍ଗପୁର ଜିଲ୍ଲା ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଥିଲେନିଜ ଜୀବନରେ ସେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀଙ୍କ ଆଦର୍ଶରେ ଜାତୀୟ କଂଗ୍ରେସରେ ଯୋଗଦେଇ ଶହୀଦ ସ୍ମୃତି କମିଟି ସଭାପତି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ସେ ଜଣେ ପ୍ରବୀଣ ସାମ୍ବାଦିକ ଥିଲେ ଜଣେ କବି ଭାବରେ ସୁପରିଚିତ ଶହୀଦ ସାହିତ୍ୟ ସଙ୍ଘଠନ ୧୯୭୫ମସିହାରେ ଆରମ୍ଭ କରି ବହୁ  କବିତା ଆସର ଓ ସଙ୍ଘଠନରେ ସକ୍ରିୟ କାର୍ଯ୍ୟ ଚଳାଉଥିଲେ । ୧୯୮୬ରେ ଶହୀଦ ମଶାଲ ଯାତ୍ରା, ୧୯୮୪ମୃଗ ବିହାର, ତାଣ୍ଡଗୁଡାରେ ଟେରାକୋଟା କାମରେ, ୧୯୯୫ମସିହାରେ ଅଗଷ୍ଟ ୨୪ଶହୀଦ ଦିବସ କାର୍ଯ୍ୟକ୍ରମକୁ ସରକାରୀ ମାନ୍ୟତା ପ୍ରସୂତି ତାଙ୍କର ଅତୁଳନୀୟ ଅବଦାନ ରହିଥିଲା ସେ କଂଗ୍ରେସ ଦଳ ପକ୍ଷରୁ ପାପଡ଼ାହାଣ୍ଡି ବ୍ଲକରେ ଦୁଇ ଥର ବ୍ଲକ ଅଧ୍ୟକ୍ଷ, ଥରେ ବ୍ଲକ ଉପାଧ୍ୟକ୍ଷ, ଦୁଇ ଥର ଜିଲ୍ଲା ପରିଷଦ ଭାବେ ରହିଥିଲେ । ୨୦୧୭ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିଲେ

ତାଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଆସିଥିଲେ । ଶେଷ ଯାତ୍ରା ସମୟରେ ଶହୀଦ ସ୍ମୃତି କାର୍ଯ୍ୟକାରୀ ସଭାପତି ମନରଞ୍ଜନ ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ, ରାଜ୍ୟସଭା ସାଂସଦ ମୁଜିବୁଲ ଖାନ, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ମନ୍ତ୍ରୀ ପରାମା ପୂଜାରୀ, ପୂର୍ବତନ ବିଧାୟକ ସଦାନ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମଞ୍ଜୁଳା ମାଝୀ, କଂଗ୍ରେସ ଜିଲ୍ଲା ସଭାପତି ଲିପିକା ମାଝୀ, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ଉପ ଜିଲ୍ଲପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ବିଡ଼ିଓ କପିଳ ଦେବ ସାହୁଙ୍କ ସହ ଅଞ୍ଚଳବାସୀ ଉପସ୍ଥିତ ଥିଲେ