ଭୁବନେଶ୍ବର, ୨୩।୯ : ସୋସିଆଲ ମିଡିଆରେ ଟିପ୍ପଣୀ ଦେବା ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ପଡିଲା। ଶ୍ରୀମୟୀଙ୍କ ବିରୋଧରେ ବିଜେଡିର କାର୍ଯ୍ୟାନୁଷ୍ଠାନ। ବିଜେଡିରୁ ନିଲମ୍ବିତ ହେଲେ ଶ୍ରୀମୟୀ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଶ୍ରୀମୟୀଙ୍କୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେଡିର ମହିଳା ଶାଖା ସାଧାରଣ ସାମ୍ପାଦିକା ଥିଲେ ଶ୍ରୀମୟୀ। ଗତ କିଛି ଦିନ ଧରି ଶ୍ରୀମୟୀ ସୋସିଆଲ ମିଡିଆରେ ବିଭିନ୍ନ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଥିଲେ।
ସେହିପରି କପ୍ତିପଦା ପୂର୍ବତନ ବ୍ଲକ ସଭାପତି ସୁବାସ ଚନ୍ଦ୍ର ସାଇ ଏବଂ ମୟୂରଭଞ୍ଜ ପୂର୍ବତନ ଜିଲ୍ଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଇଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦେଶ କ୍ରମେ ଉପସଭାପତି ପ୍ରତାପ ଜେନା ଏହି ୩ ଜଣଙ୍କୁ ସସ୍ପେଣ୍ଡ କରିଛନ୍ତି।
।