ମୁମ୍ବାଇ,୧୫/୧୦: ଅପ୍କମିଙ୍ଗ ଫିଲ୍ମରେ ଏଜେଣ୍ଟ୍ ମିର୍ଚି ଭୂମିକାରେ ଆସିବେ ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲା । ଏଜେଣ୍ଟ୍ ମିର୍ଚି ଭାବେ ସେ ନିଜର ଫାର୍ଷ୍ଟ ଲୁକ୍ ଶେୟାର କରିଛନ୍ତି । ଫିଲ୍ମ ବିଷୟରେ ବିସ୍ତୃତ ଖବର ବାହାରକୁ ଆସିନଥିଲେ ହେଁ, ପୋଷ୍ଟର୍ରୁ ଜଣାପଡୁଛି ଏହା ଆକ୍ସନ୍-ପ୍ୟାକ୍ଡ ମନୋରଞ୍ଜନଧର୍ମୀ ହେବ । ଏଜେଣ୍ଟ୍ ମିର୍ଚି ଲୁକ୍ରେ ଶ୍ରୀଲୀଲା ନିଜର ନିର୍ଭୀକ ଓ ଦୃଢ଼ମନା ଚରିତ୍ରକୁ ଦର୍ଶାଇଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି ‘ରେଡି, ଷ୍ଟେଡି, ଫାୟାର୍... ମିର୍ଚି ଲଗ୍ନେ ୱାଲି ହୈ! ଅକ୍ଟୋବର ୧୯... ଆଗ୍ ଲଗା ଦେ ।’ କିଛି ମିନିଟ୍ ମଧ୍ୟରେ ପୋଷ୍ଟ୍ଟି ଭାଇରାଲ ହୋଇଛି ।
ବବି ଦେଓଲ ନିଜ ପୋଷ୍ଟର୍ ଜାରି କରିବାର ଦିନକ ପରେ ଶ୍ରୀଲୀଲାଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି । ପୋଷ୍ଟର୍ରେ ବବି ଲମ୍ବା କେଶ ଓ କଳା ଚଷମାରେ ଦେଖିବାକୁ ମିଳିଛନ୍ତି । ପୋଷ୍ଟର୍ର ଲାଲ୍ ପୃଷ୍ଠଭୂମିରେ ହେଲିକପ୍ଟର ଓ ଯୁଦ୍ଧ ଟ୍ୟାଙ୍କ୍ ରହିଛି, ଯାହା ଶ୍ରୀଲୀଲାଙ୍କ ପୋଷ୍ଟର୍ ସହ ମ୍ୟାଚ୍ କରୁଛି । ଉଭୟ ଗୋଟିଏ ପ୍ରୋଜେକ୍ଟରେ କାମ କରୁଥିବା ଫ୍ୟାନ୍ ଅନୁମାନ କରିଛନ୍ତି । ଶ୍ରୀଲୀଲାଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି । ରବି ତେଜାଙ୍କ ‘ମାସ୍ ଯାଥ୍ରା’ରେ ସେ ପରଦାକୁ ଆସିବେ, ଯାହା ଆସନ୍ତା ୩୧ ତାରିଖରେ ମୁକ୍ତିଲାଭ କରିବ । ପୱନ କଲ୍ୟାଣଙ୍କ ଅପୋଜିଟ୍ରେ ଆକ୍ସନ୍-ଡ୍ରାମା ଫିଲ୍ମ ‘ଉସ୍ତାଦ ଭଗତ ସିଂହ’ରେ ମଧ୍ୟ ସେ କାମ କରୁଛନ୍ତି । ବଲିଉଡ୍ରେ ସେ କାର୍ତ୍ତିକ ଆର୍ୟନଙ୍କ ସହ ଏକ ରୋମାଣ୍ଟିକ୍ ମ୍ୟୁଜିକାଲ ଫିଲ୍ମରେ କାମ କରୁଛନ୍ତି, ଯାହାର ଟାଇଟଲ ‘ତୁ ମେରୀ ଜିନ୍ଦଗୀ ହୈ’।