ନୂଆଦିଲ୍ଲୀ: ଭାରତୀୟ ଲୋ-କୋଷ୍ଟ୍‌ ଏୟାରଲାଇନ୍‌ ସ୍ପାଇସଜେଟ୍‌ ତାଙ୍କର ବିମାନ ସଂଖ୍ୟା ବଢ଼ାଇବା ପାଇଁ ୮ଟି ନୂତନ ବୋଇଂ ୭୩୭ ବିମାନକୁ ଫ୍ଲିଟ୍‌ରେ ଯୋଗ କରିଛି। ଆସନ୍ତା ପାର୍ବଣ ଓ ଶୀତକାଳୀନ ଯାତ୍ରାର ଚାପକୁ ସାମନ୍ୟ କରିବା ପାଇଁ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ନୂତନ ବିମାନ ସହିତ ଏୟାରଲାଇନ୍‌ର ୨୦୨୫ ଶୀତକାଳୀନ ସମୟସୂଚୀ ପାଇଁ ମୋଟ୍‌ ୧୮ଟି ବିମାନର ଉଡାଣ ନେଇ ପରିକଳ୍ପନା କରାଯାଇଛି ଯାହା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ୟବ୍ୟସ୍ଥଳିକୁ ଯିବା ପାଇଁ ଅଧିକ ଫ୍ଲାଇଟ୍‌ ବିକଳ୍ପ ପ୍ରଦାନ କରିବ।

ଏହି ନୂତନ ଲିଜ୍‌ରେ କମ୍ପାନୀ ସହ ଯୋଡି ହେଉଥିବା ବିମାନଗୁଡ଼ିକୁ ଆଧିକ ଯାତ୍ରୀ ଯାଉଥିବା ରୁଟ୍‌ଗୁଡ଼ିକରେ ଯୋଗ କରାଯିବ। ଯେଉଁଥିପାଇଁ ବ୍ୟସ୍ତ ରୁଟ୍‌ରେ ଯାତ୍ରୀ ଅନୁପାତ ଭାର କମିବା ସହ ଶେଷ ମୁହଁର୍ତ୍ତରେ ସିଟ୍‌ ଅଭାବର ସମ୍ଭାବନା କମାଇବ। ଏନେଇ ଏୟାରଲାଇନ୍‌ କହିଛି ଯେ, ଏହା ଡୋମେଷ୍ଟିକ୍‌ ନେଟୱର୍କରେ ସୁଗମ ଓ ନିର୍ଭରଯୋଗ୍ୟ ସଂଯୋଗକୁ ନିଶ୍ଚିତ କରିବା ପାଇଁ କରାଯାଇଛି।

ସ୍ପାଇସଜେଟ୍‌ର ଚିଫ୍‌ ବିଜନେସ୍‌ ଅଫିସର୍‌ ଡେବୋଜୋ ମହାର୍ଷି କହିଛନ୍ତି, “ଆମେ ଆମର ଫ୍ଲିଟ୍‌ରେ ଆଉ ୮ଟି ବୋଇଂ ୭୩୭ ବିମାନକୁ ଯୋଗ କରି ନେଇ ଘୋଷଣା କରୁଛୁ। ଏହା ସହିତ ୨୦୨୫ ପାର୍ବଣ ସମୟସୂଚୀ ପାଇଁ ଆମର ମୋଟ୍‌ ପରିକଳ୍ପିତ ବିମାନ ସଂଖ୍ୟା ୧୮ଟିରେ ପହଞ୍ଚିଛି। ଏହି ନୂତନ ନିଷ୍ପତ୍ତି ଆମର ସାମର୍ଥ୍ୟ ବଢ଼ାଇବା, ସୁଗମ ସଂଯୋଗ ନିଶ୍ଚିତ କରିବା ସହ ଯାତ୍ରୀଙ୍କୁ ଏକ ଭଲ ଅଭିଜ୍ଞତା ପ୍ରଦାନ କରିବ ବୋଲି ଆମେ ଆଶା କରୁଛୁ।

ଯାତ୍ରୀମାନଙ୍କ ପାଇଁ ଏହାର ଅର୍ଥ ହେଉଛି ଆସନ୍ତା ଦିପାବଳି ଓ କ୍ରୀସ୍ମାସ୍‌ ଭଳି ପାର୍ବଣ ସମୟରେ ସେମାନଙ୍କୁ ଭଲ ସଂଯୋଗ ମିଳିବ। ବିଶେଷକରି ଦିଲ୍ଲୀ-ମୁମ୍ବାଇ, ବେଙ୍ଗଲୁରୁ-ଦିଲ୍ଲୀ ଓ କଲକାତା-ଦିଲ୍ଲୀ ଭଳି ଉଚ୍ଚ ଚାପଯୁକ୍ତ ରୁଟ୍‌ଗୁଡ଼ିକରେ ଯାତ୍ରୀଙ୍କୁ ବିଶେଷ ଭାବେ ଲାଭ ମିଳିବ।

ଏହାର ପୂର୍ବରୁ ଏହି ମାସରେ ସ୍ପାଇସଜେଟ୍‌ ୧୦ଟି ଅଧିକ ବୋଇଂ ୭୩୭ ବିମାନ ପାଇଁ ଲିଜ୍‌ ଚୁକ୍ତି ସ୍ୱାକ୍ଷର କରିଥିଲା ଯାହା ଆସନ୍ତା ଅକ୍ଟୋବର ମାସରୁ ଅପରେସନ୍‌ରେ ଯୋଗ ଦେବ। ଏହି ନୂତନ ବିମାନଗୁଡ଼ିକ ଏୟାରଲାଇନ୍‌ର ସମ୍ପ୍ରତି କିଛି ବର୍ଷରେ ସବୁଠାରୁ ବଡ଼ ସାମର୍ଥ୍ୟ ବୃଦ୍ଧିର ଚିହ୍ନ ଭାବେ ପରିଗଣିତ ହେଉଛି।

ଏହି ଘୋଷଣା ଭାରତରେ କାର୍ଯ୍ୟରତ ଏୟାରଲାଇନ୍‌ର ଅର୍ଥନୈତିକ ସ୍ଥିରତାର ପ୍ରମାଣ ଭାବେ ଦେଖାଯାଉଛି। ଗତ ସପ୍ତାହରେ ସ୍ପାଇସଜେଟ୍‌ ୨୦୧୫ରୁ ଆରମ୍ଭ ହୋଇଥିବା ଏକ ଦୀର୍ଘଦିନୀୟ ଅର୍ଥନୈତିକ ବିବାଦ ସମାପ୍ତ କରି ୟୁଏସ-ଆଧାରିତ ୟୁବିଏସ୍‌-ମଜିନ୍‌ କ୍ରେଡିଟ୍‌ ସୁଇସ୍‌କୁ ବକେୟା ଥିବା ୨୪ ମିଲିୟନ୍‌ ଡଲାର୍‌ ପ୍ରଦାନ କରିଛି। ଯେଉଁଥିପାଇଁ ଇଣ୍ଡଷ୍ଟ୍ରୀ ବିଶ୍ଳେଷକମାନେ କହିଛନ୍ତି ଯେ ଏହା ଲିଜ୍ ଓ ଅର୍ଥନୈତିକ ସହଯୋଗକାରୀମାନଙ୍କ ପାଖରେ ସ୍ପାଇସଜେଟ୍‌ର ବିଶ୍ୱାସନୀୟତା ବଢ଼ାଇଛି ଏବଂ କମ୍ପନିର ଫ୍ଲିଟ୍‌ ବିସ୍ତାର ରଣନୀତିକୁ ସମର୍ଥନ କରୁଛି।

ଭାରତରେ ବର୍ତ୍ତମାନ ଯାତ୍ରୀ ଚାପ ଧିରେଧିରେ ବଢିବାରେ ଲାଗିଛି, ବିଶେଷକରି ଛୁଟିର ସମୟରେ। ସ୍ପାଇସଜେଟ୍‌ର ଏହି ନୂତନ ପଦକ୍ଷେପ ଯାତ୍ରୀଙ୍କୁ ଫ୍ଲାଇଟ୍‌ ଉପଲବ୍ଧତା, ପ୍ରତିଯୋଗିତାମୂଳକ ମୂଲ୍ୟ ଓ ସୁଗମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ ବୋଲ ବିଶେଷଜ୍ଞ ମତ୍ତ ପ୍ରକାଶ କରିଛନ୍ତି।