ଫିରିଙ୍ଗିଆ, ୨୩/୧୦ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଲାବୃଡ଼ି ପଞ୍ଚାୟତର ୪ ନମ୍ବର ୱାର୍ଡ ଶ୍ରୀଗୁଣୀ ଗ୍ରାମବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଦୀର୍ଘ ୩ ମାସରୁ ଅଧିକ ହେବ ଗାଁରେ ଥିବା ବସୁଧା ପ୍ରକଳ୍ପ ଅଚଳ ହୋଇ ପଡିଛି। ପାଣି ଟାଙ୍କିପାଇପ ଫାଟି ରହିଥିବାରୁ ଗାଁକୁ ପାଣି ଯାଇ ପାରୁନାହିଁ।  ତେଣୁ ଗ୍ରାମବାସୀ ପାଣି ପାଇଁ ହଇରାଣ ହେଉଛନ୍ତି।

 ଶ୍ରୀଗୁଣୀ ଗାଁରେ ଥିବା ନଳକୂପର ପାଣି ପିଇବା ଉପଯୋଗୀ ନୁହେଁ ପାଣି କଳଙ୍କି ହୋଇ ବସୁଥିବାରୁ କୌଣସି କାମରେ ଲାଗୁ ନାହିଁ l ବସୁଧା ପ୍ରକଳ୍ପ ପାଇପ ଫାଟି ଥିବାରୁ ଗାଁ ଲୋକେ ପାଣି ପାଇପାରୁନଥିବା କହିଛନ୍ତି ଗ୍ରାମବାସୀ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ପ୍ରକଳ୍ପ କାର୍ଯ୍ୟର ପାଇପ ଫାଟି ଥିବା ସୂଚନା ଦେଇଥିଲେ ବିଭାଗ ତରଫରୁ କେବଳ ଆସିକି ଦେଖିକି କାମ ନ କରି ଫେରିଯାଇଥିବାରୁ ପାଣି ପାଇଁ ଅସୁବିଧା ର ସମ୍ମୁଖୀନ ହେଉଥିବା କହିଛନ୍ତି ଗ୍ରାମବାସୀ l ପାଣି ପାଇଁ ଅନ୍ୟ ବିକଳ୍ପ ନ ଥିବାରୁ ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ଖରାପ ହୋଇଥିବା ପ୍ରକଳ୍ପ ଏବଂ ଫାଟି ଥିବା ପାଇପକୁ ତୁରନ୍ତ ମରାମତି କରି ପାଣି ଯୋଗାଇ ଦେବାକୁ  ଶ୍ରୀଗୁଣୀ ଏବଂ ଡ଼ଙ୍ଗାଙ୍ଗ ପଡ଼ା ଗାଁର ଦେବେନ୍ଦ୍ର କହଁର, ପାଲୁ କହଁର, ମାଡ଼ିଆ ବିନ୍ଧାଣି, ବ୍ରେନ୍ଦ କହଁର ଙ୍କ ସହ ଗ୍ରାମବାସୀ ଦାବୀ କରିଛନ୍ତି l